ଜିମ୍ୱାଓ୍ୱେ କ୍ରିକେଟ୍ ଟିମକୁ ନିଲମ୍ୱିତ କଲା ଆଇସିସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 18, 2019

ଜିମ୍ୱାଓ୍ୱେ କ୍ରିକେଟ୍ ଟିମକୁ ନିଲମ୍ୱିତ କଲା ଆଇସିସି

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରୁ ବାଦ୍ ପଡ଼ିଲା ଜିମ୍ୱାଓ୍ୱେ। ଆଇସିସିର ନିୟମ ପାଳନ କରିନଥିବାରୁ ଆଇସିସି ଜିମ୍ୱାଓ୍ୱେ କ୍ରିକେଟ ଉପରେ ଏଭଳି କାର୍ଯାନୁଷ୍ଠାନ ନେଇଛି। ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ନିୟମ ଭାଙ୍ଗି ଦଣ୍ଡବିଧାନ ସ୍ୱରୂପ ଜିମ୍ୱାଓ୍ୱେ ଆଇସିସିରୁ ବାଦ୍ ପଡ଼ିଥିଲା।

ଆଇସିସିର ଚେୟାରମ୍ୟାନ ଶଶାଙ୍କ ମନୋହର ଏ ନେଇ କହିଛନ୍ତି ଆମେ କୌଣସି ଦେଶର ସଦସ୍ୟଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ହାଲୁକା ଭାବରେ ନେଇ ନଥାଉ। ଜିମ୍ବାୱେରେ ଯାହା ହୋଇଛି, ଏହା ଆଇସିସି ସମ୍ବିଧାନର ଆଇନକୁ ଉଲଂଘନ କରୁଛି। ଆଇସିସି ସମ୍ବିଧାନର ନିୟମ ଅନୁସାରେ ଯେଉଁ ଦେଶ କାର୍ଯ୍ୟ କରିବ ସେ ହିଁ ତାଙ୍କ ଅଧୀନରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବ। ଏଥି ସହିତ ଆଇସିସି ଜିମ୍ବାୱେ କ୍ରିକେଟ ପାଇଁ ଅନୁଦାନ ପାଣ୍ଠି ମଧ୍ୟ ବନ୍ଦ କରି ଦେଇଛି ।

ଆଇସିସି ଏହି ନିଷ୍ପତ୍ତି ନେବା ପୂର୍ବରୁ ଏକ ବୈଠକ ହୋଇଥିଲା। ବୈଠକରେ ଜିମ୍ବାୱେ କ୍ରିକେଟ ଟିମ୍ ଏବଂ ଆଇସିସିର ସଦସ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ଆଇସିସି ସ୍ପଷ୍ଟ କରିଛି ଯେ, ଜିମ୍ବାୱେ କ୍ରିକେଟ ଗଣତାନ୍ତ୍ରିକ ଶୈଳୀରେ ନିରପେକ୍ଷ ନିର୍ବାଚନ କରିବା ସହିତ କ୍ରିକେଟ ପ୍ରଶାସନରେ ସରକାରଙ୍କ ଦଖଲ ଦୂର କରିବାରେ ବିଫଳ ହୋଇଛି ।

ଆଇସିସିର ଏଭଳି ନିଷ୍ପତ୍ତିକୁ କିନ୍ତୁ ପୂର୍ବତନ କ୍ରିକେଟର ବ୍ରେଣ୍ଡନ ଟେଲର ଟ୍ୱିଟ କରି ନିରାଶା ପ୍ରକାଶ କରିଛନ୍ତି। ଆଇସିସିର ଏଭଳି ନିଷ୍ପତ୍ତି ଜିମ୍ୱାଓ୍ୱେ କ୍ରିକେଟ ପ୍ରେମୀଙ୍କୁ ଗଭୀର ମାନସିକ ଆଘାତ ଦେଇଛି ବୋଲି ସେ କହିଛନ୍ତି। ଜିମ୍ୱାଓ୍ୱେ କ୍ରିକେଟ ଟିମ୍ ପାଇଁ ସରକାରଙ୍କ ତରଫରୁ କୌଣସି ସମର୍ଥନ ମିଳୁନାହିଁ। ଜିମ୍ବାୱେ କ୍ରିକେଟ ସଙ୍ଘର ଅଧ୍ୟକ୍ଷ ଜଣେ ସାଂସଦ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସମର୍ଥନ ନମିଳିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2LZhiNf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages