ବାଇକ୍‌ରେ ଏଣ୍ଟ୍ରି କଲେ ‘ସେହେର୍‌ କି ଲଡ୍‌କୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 6, 2019

ବାଇକ୍‌ରେ ଏଣ୍ଟ୍ରି କଲେ ‘ସେହେର୍‌ କି ଲଡ୍‌କୀ’

ମୁମ୍ବାଇ:ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଖାନ୍‌ଦାନୀ ଶଫାଖାନା’ ଖୁବ୍ ଶୀଘ୍ର ବଡ଼ ପରଦାକୁ ଆସିବାକୁ ଯାଉଛି। ଏହାର ଆଉ ଏକ ଗୀତ ସହର କୀ ଲଡ଼କୀ…ରିଲିଜ ହୋଇଗଲାଣି। ଏହି ଗୀତ ୧୯୯୬ର ଫିଲ୍ମ ’ରକ୍ଷକ’ର ସୁପରହିଟ୍‌ ଗୀତର ରିମେକ୍..।

ବଲିଉଡ଼୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଖାନ୍‌ଦାନୀ ଶଫାଖାନା’ ବକ୍ସ ଅଫିସ୍‌ରେ ଧମାକା କରିବାକୁ ଯାଉଛି। କିଛି ଦିନ ତଳେ ଏହାର ଟ୍ରେଲର ରିଲିଜ୍‌ ହୋଇଥିଲା। ଟ୍ରେଲରକୁ ଫ୍ୟାନ୍‌ମାନେ ବି ଖୁବ୍ ପସନ୍ଦ କରିଥିଲେ। କମେଡିରେ ଭରପୂର ଏହି ଫିଲ୍ମର ବିଷୟବସ୍ତୁ ମଧ୍ୟ ଟିକେ ହଟ୍‌କେ…।

ଏହି ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି, ଯାହା ରକ୍ଷକ ଫିଲ୍ମର ସୁପରହିଟ୍‌ ଗୀତ ସହର କୀ ଲଡକୀର.. ନୂଆ ଭର୍ସନ। ଏହି ଗୀତରେ ମଧ୍ୟ ରାପର ବାଦ୍‌ଶାହ ତାଙ୍କ ଆବାଜ୍‌ର ଯାଦୁ ଦେଖାଇଛନ୍ତି।ଏହାଛଡ଼ା ଡାଏନା ପେଣ୍ଟିଙ୍କ ସ୍ୱର ଯାଦୁ ମଧ୍ୟ ଶୁଣିବାକୁ ମିଳିବ। ଗୀତକୁ ଦର୍ଶକ ମନଭରି ଉପଭୋଗ କରୁଥିବାବେଳେ ହଠାତ୍ ଅରିଜିନାଲ ଆକ୍ଟର-ଆକ୍ଟ୍ରେସ୍‌ ସୁନୀଲ ସେଟ୍ଟି ଓ ରବୀନା ଟଣ୍ଡନଙ୍କ ଆଗମନ ଏକ ଭିନ୍ନ ମାହୋଲ ସୃଷ୍ଟି କରିଛି।

ରକ୍ଷକ ଫିଲ୍ମର ଏହି ସୁପରହିଟ୍‌ ଗୀତ ସହର କୀ ଲଡକୀ…ରେ ସୁନୀଲ ସେଟ୍ଟି-ରବିନାଙ୍କୁ ଦେଖିବାକୁ ମିଳିଥିଲା।

ସୋଶାଲ ମିଡିଆରେ ‘ଖାନ୍‌ଦାନୀ ଶଫାଖାନା’ର ଏହି ଗୀତ ସହର କୀ ଲଡ଼କୀ…ର ବିହାଇଣ୍ଡ ସିନ୍‌ ଭିଡିଓ ସେୟାର କରାଯାଇଛି। ଏହି ଛୋଟ ଭିଡିଓରେ ରବିନା ବାଇକ୍‌ରେ ବସି ହେଲ୍‌ମେଟ କାଢୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

‘ଖାନ୍‌ଦାନୀ ଶଫାଖନା’ ଫିଲ୍ମରେ ସୋନାକ୍ଷୀଙ୍କ ସହ ବରୁଣ ଶର୍ମା, ଅନୁ ଧାବନଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଅଗଷ୍ଟ ୨ରେ ଏହା ରିଲିଜ ହେବାକୁ ଯାଉଛି।

 



from Odisha Reporter https://ift.tt/30kd7iW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages