କନଷ୍ଟେବଲ୍‌ଙ୍କ ଦବଙ୍ଗଗିରି; ମହିଳାଙ୍କୁ ମାଡ଼ ମାରିବା ସହ ଟଣାଓଟରା କରିଥିବା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 16, 2019

କନଷ୍ଟେବଲ୍‌ଙ୍କ ଦବଙ୍ଗଗିରି; ମହିଳାଙ୍କୁ ମାଡ଼ ମାରିବା ସହ ଟଣାଓଟରା କରିଥିବା ଅଭିଯୋଗ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବିଧାୟକଙ୍କ ପରେ ବଲାଙ୍ଗିରରେ ଏବେ ଜଣେ ପୁଲିସ୍‌ କନଷ୍ଟେବଲ୍‌ଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଛି। ଜମି ବିବାଦକୁ ନେଇ ସେ ଜଣେ ବିଧବା ମହିଳାଙ୍କୁ ଥାନାରେ ପିଟିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ବଲାଙ୍ଗିର ଟାଉନ୍ ଥାନାରେ ଏହି ଘଟଣା ଘଟିଛି। ଏହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ମହିଳା।

ଅଭିଯୋଗ ଅନୁସାରେ, ବଲାଙ୍ଗିର ସହରର ଗାନ୍ଧୀନଗର ପଡ଼ାର ଜଣେ ଆଦିବାସୀ ମହିଳାଙ୍କ ଦେଢ଼ଶୁର ଜାଗା ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ହେଲେ ଜମି ଭାଗ ହୋଇ ନ ଥିବାରୁ ବିକ୍ରି ପାଇଁ ନୋ ଅବ୍‌ଜେକ୍‌ସନ୍‌ ସାର୍ଟିଫିକେଟ୍‌ରେ ଉକ୍ତ ମହିଳାଙ୍କ ଦସ୍ତଖତ ଦରକାର ହୋଇଥିଲା। ତେବେ ସେ ଦସ୍ତଖତ କରିବାକୁ ମନା କରି ଦେଇଥିଲେ।  ତେଣୁ ଜମି ବିକ୍ରିରେ ମଧ୍ୟସ୍ଥି ସାଜିଥିବା ବଲାଙ୍ଗିର ଟାଉନ୍‌ ଥାନା କନଷ୍ଟେବଲ୍‌ ଅଞ୍ଜନ ପ୍ରଧାନ ଏଥିରେ ହସ୍ତକ୍ଷେପ କରିଥିଲେ ଓ ନୋ ଅବ୍‌ଜେକ୍‌ସନ୍‌ ସାର୍ଟିଫିକେଟ୍‌ରେ ଦସ୍ତଖତ କରିବାକୁ ତାଙ୍କୁ ଧମକଚମକ ଦେଉଥିଲେ। ତେବେ ସବୁଆଡୁ ବିଫଳ ହେବା ପରେ ଗତ ୧୫ତାରିଖ ରାତିରେ ଅଞ୍ଚନ ପ୍ରଧାନ ଉକ୍ତ ମହିଳାଙ୍କ ଦୁଇ ଛୋଟ ପୁଅ  ଓ ଆଉ ତିନି ଜଣ ଛୁଆଙ୍କୁ  ପିସିଆର ଭ୍ୟାନ୍‌ରେ ଥାନାକୁ ନେଇ ଯାଇଥିଲେ।

ସେମାନେ ରାତିରେ ରାସ୍ତାରେ ବୁଲୁଥିବାରୁ ସେମାନଙ୍କ ଉଠାଇ ଆଣିଥିବା ପୁଲିସ୍‌ କହିଥିଲା। ୧୬ ତାରିଖ ଦିନ ପୁଲିସ୍  ତିନି ଜଣ ପିଲାଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ ଉକ୍ତ ମହିଳାଙ୍କ ଦୁଇ ପୁଅ ଛାଡ଼ି  ନଥିଲା ଦୁଇ ପୁଅଙ୍କୁ ନେବା ଲାଗି ଉକ୍ତ ମହିଳାଙ୍କୁ ଥାନାକୁ ଡକା ଯାଇଥିଲା। ସେ ଥାନାରେ ପହଞ୍ଚିବା ପରେ ଏକ ଦରଖାସ୍ତରେ ଦସ୍ତଖତ କରିବାକୁ ତାଙ୍କୁ କୁହାଯାଇଥିଲା। ତା’ସହିତ  ଦରଖାସ୍ତ ତଳେ ଥିବା ଏକ ଷ୍ଟାମ୍ପ୍ ପେପରରେ ଦସ୍ତଖତ କରିବାକୁ ମଧ୍ୟ ତାଙ୍କୁ ବାଧ୍ୟ କରାଯାଇଥିଲା।

ମହିଳା ଜଣକ ଏହାର ପ୍ରତିବାଦ କରିବାରୁ କନଷ୍ଟେବଲ୍‌ ଅଞ୍ଜନ ପ୍ରଧାନ ତାଙ୍କୁ ପିଟିବା ସହିତ ତାଙ୍କ ସହିତ ଥାନାକୁ ଆସିଥିବା ତାଙ୍କ ବଡ଼ ଭଉଣୀ ଓ ବାପାଙ୍କୁ ମାଡ଼ ମାରିଥିଲେ। ଏହା ସହିତ ସେ ତାଙ୍କୁ ଟଣାଓଟରା ମଧ୍ୟ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ତେବେ ଏତିକିରେ କନଷ୍ଟେବଲ୍‌ ଅଞ୍ଜନ ପ୍ରଧାନଙ୍କ ମନ ଶାନ୍ତ ପଡ଼ି ନଥିଲା। ଉକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ  ତାଙ୍କୁ ଥାନା ବାହାରକୁ ନେଇ ଯାଇଥିଲେ ଓ କଚେରୀ ଛକରେ ମାଡ଼ ମାରିଥିଲେ।  ସ୍ଥାନୀୟ କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିଲେ।

ଏ ଘଟଣା ନେଇ ଉକ୍ତ ମହିଳା ବଲାଙ୍ଗିର ଟାଉନ ଥାନାରେ ଏତଲା ଦେଇଛନ୍ତି। ତେବେ ମାଡ଼ ମାରିଥିବା ଅଭିଯୋଗକୁ ସମ୍ପୃକ୍ତ କନଷ୍ଟେବଲ୍‌ ଖଣ୍ଡନ କରିଛନ୍ତି।

 



from Odisha Reporter https://ift.tt/2y11lyd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages