ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା୧୧ଟି ବାର୍ରେ ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ଚଢ଼ଉ କରି ୯୬ ଅଧିକ ବାର୍ ଡ୍ୟାନସରଙ୍କୁ ଉଦ୍ଧାର କରିଛି। ସେମାନେ ସମସ୍ତେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ହିମାଚଳପ୍ରଦେଶ, ମୁମ୍ବାଇ, ପଞ୍ଜାବ ଓ ହରିଆଣାର ବୋଲି ଜଣାପଡ଼ିଛି।
ଲକ୍ଷ୍ମୀସାଗର ଓ କଟକ ରୋଡ୍ ଅଞ୍ଚଳରେ ବାର୍ ଗୁଡ଼ିକ ବେଆଇନ ଭାବେ ଚାଲିଥିବା ଅଭିଯୋଗ ହୋଇଥିଲା। ବାର୍ ମାଲିକମାନେ ଅନ୍ୟ ରାଜ୍ୟରୁ ଯୁବତୀଙ୍କୁ ଆଣି ଏଠାରେ ନିୟୋଜିତ କରିଥିଲେ। ଏପରିକି ଡ୍ୟାନ୍ସ ବାର୍ ଭିତରେ ଯୁବତୀମାନେ ଅଶ୍ଳୀଳତାର ସବୁ ସୀମା ଟପି ଯାଇଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କୁ ବାର୍ରେ ମଦ ପରିବେଷଣ ଲାଗି ଅନୁମତି ନ ଥିବା ସତ୍ତ୍ୱେ, ବାର୍ ଡ୍ୟାନ୍ସର୍ଙ୍କୁ ଏଥିରେ ନିୟୋଜିତ କରାଯାଉଥିଲା।
ତେବେ ଗତକାଲି ବିଳମ୍ବିତ କମିଶନରେଟ୍ ପୁଲିସ୍ ଏହି ବାର୍ ଗୁଡ଼ିକ ଉପରେ ଚଢ଼ଉ କରିଥିଲା। କମିଶନରେଟ୍ ପୁଲିସ ଅଧୀନରେ ଥିବା ରାଜଧାନୀର ୪ରୁ ୫ଟି ଥାନାର ପୁଲିସ୍ ମିଳିତ ଭାବେ ଏହି ଚଢ଼ଉ କରିଥିଲେ। ଏହି ବାର୍ଗୁଡ଼ିକରୁ ୯୬ରୁ ଅଧିକ ବାର୍ ଡ୍ୟାନ୍ସର୍ଙ୍କୁ ଉଦ୍ଧାର କରାଯାଇଛି।
from Odisha Reporter https://ift.tt/312NJ1x
No comments:
Post a Comment