ସକାଳୁ ଖାଆନ୍ତୁ ଗଜା ବୁଟ ଓ ମୁଗ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 1, 2019

ସକାଳୁ ଖାଆନ୍ତୁ ଗଜା ବୁଟ ଓ ମୁଗ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସକାଳେ ଦୁଇ ମୁଠା ଗଜା ବୁଟ ବା ମୁଗ ଖାଇବା ପାଇଁ ଡାକ୍ତର ଅନେକ ସମୟରେ ପରାମର୍ଶ ଦେଇଥାନ୍ତି। ବୁଟ କିମ୍ୱା ମୁଗକୁ ଗଜା କରିବା ପାଇଁ ଏହାକୁ ପାଣିରେ ଭିଜାଇ ରଖାଯାଇଥାଏ। ଏଥିରେ ଭିଟାମିନ୍‌ ‘ସି’ ଓ ‘ବି’ ପ୍ରଚୁର ପରିମାଣରେ ରହିଛି। ତେବେ ଏହାକୁ ସକାଳୁ ଖାଲି ପେଟରେ ଖାଇଲେ ଆପଣଙ୍କ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ, ଆସନ୍ତୁ ଜାଣିବା…

୧. ଗଜା ବୁଟ ଓ ମୁଗରେ ଫାଇବର୍‌ ଅଧିକ ମାତ୍ରାରେ ରହିଛି। ଏହି ଫାଇବର୍‌ ଖାଦ୍ୟକୁ ହଜମ କରାଇବା ସହିତ ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ଏଥିରୁ ମୁକ୍ତି ଦେଇଥାଏ।

୨. ଏଥିରେ ଥିବା ଆଇରନ୍‌ ଓ କପର୍‌ ଆପଣଙ୍କ ଶରୀରରେ ରେଡ୍‌ ବ୍ଲଡ୍‌ ସେଲ୍‌ର ବୃଦ୍ଧି କରାଇଥାଏ। ଏହା ସହିତ ରକ୍ତରେ କୋଲେଷ୍ଟ୍ରଲ୍‌ର ସ୍ତର ହ୍ରାସ କରି ହାର୍ଟ ଆଟାକରୁ ରକ୍ଷା କରିଥାଏ। କେବଳ ସେତିକି ନୁହେଁ, ଏହା ଶରୀରରେ ରକ୍ତ ସଞ୍ଚାଳନକୁ ମଧ୍ୟ ଠିକ୍‌ ରଖିଥାଏ। ଶରୀରରେ ରକ୍ତ ପ୍ରବାହ ଠିକ୍‌ ରହିଲେ ଆପଣଙ୍କ ମୁଣ୍ଡର କେଶର ବୃଦ୍ଧି ଠିକ୍‌ ହୋଇଥାଏ।

୩. ଆମ ଶରୀରରେ ଘ୍ରେଲିନ୍‌ ନାମକ ଏକ ହଙ୍ଗର୍‌ ହରମୋନ୍‌ ରହିଛି। ଯାହା ମସ୍ତିଷ୍କକୁ ଅଧିକ ଖାଇବା ପାଇଁ ନିର୍ଦ୍ଦେଶ ଦେଇଥାଏ। ଯାହା ଯୋଗୁ ଆପଣଙ୍କ ଶରୀରର ଓଜନ ବୃଦ୍ଧି ହୋଇଥାଏ। କିନ୍ତୁ ଗଜା ମୁଗ କିମ୍ୱା ବୁଟ ଖାଇଲେ, ଘ୍ରେଲିନ୍‌ ହରମୋନ୍‌ ନିୟନ୍ତ୍ରଣରେ ରହିଥାଏ।

୪. ଏଥିରେ ଭିଟାମିନ୍‌ ‘ଏ’ ପ୍ରଚୁର ପରିମାଣରେ ଥିବାରୁ ଆପଣଙ୍କର ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ।
୫. ଗଜା ବୁଟ ଓ ମୁଗ ମାଂସପେଶୀକୁ ଶକ୍ତ କରେ।  କୋଷ୍ଠକାଠିନ୍ୟ ଦୂର କରି ହଜମ ଶକ୍ତି ବଢ଼ାଏ।
୬. ଏହା ସହିତ ରକ୍ତ ଶର୍କରା ସ୍ତରକୁ ଏହା ନିୟନ୍ତ୍ରିତ କରେ। ଫଳରେ ଡାଇବେଟିସ୍‌ରୁ ମୁକ୍ତି ମିଳେ।
୭. ବୁଟ ଗଜାରେ ଫସଫରସର ମାତ୍ରା ଅଧିକ ଥାଏ। ଏହାକୁ ଖାଇଲେ ଦାନ୍ତ ମଜଭୁତ ହେବା ସହ ମାଢ଼ି ସମସ୍ୟା ଦୂର ହୁଏ।
୮. ଯଦି ଆପଣଙ୍କର କିଡ୍‌ନୀ ସମସ୍ୟା ରହିଛି, ତେବେ ପ୍ରତ୍ୟେକ ଦିନ ସକାଳେ ଗଜା ମୁଗ ଓ ବୁଟ ଖାଇବା ଅଭ୍ୟାସ କରନ୍ତୁ। ଏହା କିଡ୍‌ନୀ ସମସ୍ୟାରୁ ମଧ୍ୟ ଆପଣଙ୍କୁ ରକ୍ଷା କରିବ।
୯. ଏଥିରେ ଥିବା ଟ୍ରିପ୍ଟାଫେନ୍ ମାନସିକ ଚାପ କମ୍ କରି ଶାନ୍ତି ପ୍ରଦାନ କରେ।



from Odisha Reporter https://ift.tt/2Lveszn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages