ବାଳକ ଦେହରେ ନିଆଁ ଲଗାଇ ଦେଲେ ୪ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 28, 2019

ବାଳକ ଦେହରେ ନିଆଁ ଲଗାଇ ଦେଲେ ୪ ଯୁବକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚାନ୍ଦୋଲି ଜିଲ୍ଲାର ଜଣେ କମ ବୟସର ପିଲା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛି। ତାଙ୍କ ନା କୌସର। ସେ ଏବେ ବାରଣାସୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ କିଛି ଯୁବକ ତାଙ୍କୁ ଏକୁଟିଆ ପାଇ ‘ଜୟଶ୍ରୀ ରାମ୍’ ନାରା ଦେବାକୁ କହିଥିଲେ। ହେଲେ ସେ ମନା କରିବାରୁ ତାଙ୍କ ଦେହରେ ସେହି ୪ ଯୁବକ ନିଆଁ ଲଗାଇ ଦେଇଛନ୍ତି ବୋଲି ସେ ପୁଲିସକୁ କହିଛି। ସେ ‘ଜୟଶ୍ରୀ ରାମ୍’ ନାରା ନଦେବାର କାରଣ ହେଲା ସେ ମୁସଲିମ ସମ୍ପ୍ରଦାୟର। ତେବେ ଏହି ଘଟଣା ପଛରେ ଭିନ୍ନ କାରଣ ରହିଥିବା କୁହାଯାଇଛି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କୌସର କହିଛନ୍ତି ସେ ବାରଣାସୀର ଦୁଧାରୀ ପୋଲ ଉପରକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ ୪ ଜଣ ଯୁବକ ତାକୁ ଧରି ‘ଜୟଶ୍ରୀ ରାମ୍’ ନାରା ଦେବାକୁ କହିଥିଲେ। ସେ ବାରଣ କରିବାରୁ ସେମାନେ ତା ଦେହରେ ତେଲ ଢ଼ାଳି ଦିଆସିଲି ମାରି ଦେଇଥିଲେ। ଏହାପରେ ସେମାନେ ପଳାଇଥିଲେ ବୋଲି କୌସର କହିଛି।

ଏହାପରେ କୌସର ଘର ପହଞ୍ଚିବା ପରେ ପୁଲିସ ଆସି ପହଞ୍ଚିଥିଲା। ଯେଉଁ ୪ ଜଣ ଯୁବକ ଏଭଳି ଅମାନବୀୟ କାଣ୍ଡ ଭିଆଇଛନ୍ତି ସେମାନେ ଚାନ୍ଦୋଲି ଜିଲ୍ଲାର ମନରାଜୁପୁର ଗାଁର ବୋଲି ଜଣାପଡ଼ିଛି। ପୁଲିସ୍ ଏବେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।



from Odisha Reporter https://ift.tt/2OnCIql

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages