ନୂଆଦିଲ୍ଲୀ: ମାରାଥନ ବିତର୍କ ପରେ ଶେଷରେ ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ମୋଟର ଭେଇକିଲ୍ (ସଂଶୋଧିତ) ବିଲ୍ ୨୦୧୯ ପାସ୍ ହୋଇଛି। ଏହି ବିଲ୍ ସପକ୍ଷରେ ୧୦୮ ସଦସ୍ୟ ଭୋଟ୍ ଦେଇଥିବା ବେଳେ ବିରୋଧରେ ୧୩ଟି ଭୋଟ୍ ପଡ଼ିଛି। ମୋଟର ଭେଇକିଲ୍ ଆକ୍ଟ ୧୯୮୮କୁ ସଂଶୋଧନ କରାଯାଇ ନୂଆ ବିଲ୍ରେ ଏକାଧିକ ନିୟମ ପ୍ରଣୟନ କରାଯାଇଛି। ଏଥିସହ ଟ୍ରାଫିକ୍ ନିୟମ ଭାଙ୍ଗିଲେ ଜୋରିମାନା ରାଶିକୁ ମଧ୍ୟ ବୃଦ୍ଧି କରାଯାଇଛି। ଜୁଲାଇ ୨୩ରେ ଏହା ଲୋକସଭାରେ ପାରିତ ହୋଇଥିଲା।
ନୂଆ ବିଲ୍ ଅନୁଯାୟୀ, ବିନା ହେଲମେଟ୍ରେ ଗାଡ଼ି ଚଳାଇଲେ, ଏଣିକି ୧୦୦ ଟଙ୍କା ବଦଳରେ ୧ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବ। ସେହିପରି ୩ ମାସ ଯାଏ ଲାଇସେନ୍ସ ରଦ୍ଦ ହେବାର ପ୍ରାବଧାନ ମଧ୍ୟ ରହିଛି। ନୂଆ ବ୍ୟବସ୍ଥା ଅନୁସାରେ, ଏଣିକି ବିନା ଲାଇସେନ୍ସରେ କେହି ଗାଡ଼ି ଚଳାଉଥିଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।
ମୋବାଇଲ୍ରେ କଥା ହୋଇ ଗାଡ଼ି ଚଳାଇଲେ ଜୋରିମାନା ସ୍ୱରୂପ ୫ ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ମଦ ପିଇ ଗାଡ଼ି ଚଲାଉଥିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ପୂର୍ବରୁ ଏହା ୨ ହଜାର ଟଙ୍କା ଥିଲା।
କେଉଁ ନିୟମ ଭାଙ୍ଗିଲେ କେତେ ଟଙ୍କା ଜୋରିମାନା ଦେବେ
୧-ବିନା ହେଲମେଟରେ ଗାଡ଼ି ଚଳାଉଥିଲେ ୧୦୦୦ ଟଙ୍କା ଜୋରିମାନା ଓ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ। ପୂର୍ବରୁ ଜୋରିମାନା ପରିମାଣ ଥିଲା ୧୦୦ ଟଙ୍କା
୨-ଟ୍ରାଫିକ ନିୟମ ଭାଙ୍ଗିଲେ ୫୦୦ ଟଙ୍କା ଜୋରିମାନା, ପୂର୍ବରୁ ୧୦୦ ଟଙ୍କା ଥିଲା।
୩-ବିନା ଟିକେଟରେ ବସ୍ ଯାତ୍ରା କଲେ ୫୦୦ ଟଙ୍କା ଜୋରିମାନା, ପୂର୍ବରୁ ଥିଲା ୨୦୦ ଟଙ୍କା
୪-ଟ୍ରାଫିକ ଅଧିକାରୀଙ୍କ ଆଦେଶ ନମାନିଲେ ୨୦୦୦ ଟଙ୍କା ଜୋରିମାନା, ପୂର୍ବରୁ ଥିଲା ୫୦୦ଟଙ୍କା
୫-ଉପଯୁକ୍ତ ଯୋଗ୍ୟତା ନଥିବା ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଜୋରିମାନା, ପୂର୍ବରୁ ଥିଲା ୫୦୦ ଟଙ୍କା।
୬-ସିଟ୍ ବେଲ୍ଟ ନପିନ୍ଧି ଚାରିଚକିଆ ଗାଡ଼ି ଚଳାଉଥିଲେ ୧୦୦୦ ଟଙ୍କା ଜୋରିମାନା, ପୂର୍ବରୁ ଏହା ୧୦୦ ଟଙ୍କା ଥିଲା।
୭-ଓଭରଲୋଡିଂ ହୋଇଥିବା ଗାଡ଼ିକୁ ୨୦୦୦ ଟଙ୍କା ଜୋରିମାନା ସାଙ୍ଗକୁ ୩ ମାସର ଲାଇସେନ୍ସ ରଦ୍ଦ, ପୂର୍ବରୁ ଥିଲା ୧୦୦ ଟଙ୍କା।
୮- ଜରୁରୀକାଳୀନ ଗାଡ଼ିକୁ ରାସ୍ତା ନଛାଡ଼ିଲେ ୧୦ ହଜାର ଟଙ୍କା ଜୋରିମାନା (ଏହା ପ୍ରଥମ ଥର ପାଇଁ ଲାଗୁ ହୋଇଛି।)
୯- ବିନା ବୀମାରେ ଗାଡ଼ି ଚଳାଉଥିଲେ ୨୦୦୦ ଟଙ୍କା ଜୋରିମାନା, ପୂର୍ବରୁ ଥିଲା ୧୦୦୦ ଟଙ୍କା
୧୦- ହିଟ୍ ଆଣ୍ଡ ରନ୍ କେସରେ ମୃତକଙ୍କୁ ସରକାର ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଦେବେ। ପୂର୍ବରୁ ଏହା ଯଥାକ୍ରମେ ୨୫ ହଜାର ଓ ୧୨,୫୦୦ ରହିଥିଲା।
୧୧-ଯଦି କାର ନିର୍ଦ୍ଧାରିତ ସ୍ପିଡଠାରୁ ଅଧିକ ଜୋରରେ ଯାଉଛି, ତାହେଲେ ଏଥିପାଇଁ ୧ ହଜାର ଟଙ୍କା ଓ ବଡ଼ ଗାଡ଼ି ସ୍ପିଡ୍ ଲିମିଟ ଅତିକ୍ରମ କଲେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଯଦି କେହି ରାସ୍ତାରେ ଗାଡ଼ି ରେସିଂ କରୁଥିବା ଜଣାପଡ଼ିବ, ତା’ହେଲେ ତାଙ୍କୁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।
ଏହି ବିଲ୍ ୨୦୧୭ରେ ଲୋକସଭାରେ ପାରିତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ପାସ୍ ହୋଇ ପାରିନଥିଲା।
from Odisha Reporter https://ift.tt/2Mwfxrg
No comments:
Post a Comment