ସନ୍ଧ୍ୟାବେଳେ ଏ ସବୁ କାର୍ଯ୍ୟ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 21, 2019

ସନ୍ଧ୍ୟାବେଳେ ଏ ସବୁ କାର୍ଯ୍ୟ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମିତି କିଛି କାମ ଅଛି, ଯେଉଁଗୁଡ଼ିକୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟାବେଳେ ଆଦୌ କରିବା ଉଚିତ୍ ନୁହେଁ। କାରଣ ଏଗୁଡ଼ିକ ଆମ ଜୀବନର ସୁଖ,ଶାନ୍ତିକୁ ଭଙ୍ଗ କରିଥା’ନ୍ତି। ଯେତେ ଧନ ଉପାର୍ଜନ କଲେ ବି ଅଭାବ ପୂରଣ ହୁଏ ନାହିଁ। ତା’ସହିତ ରୋଗ ମଧ୍ୟ ମାଡ଼ି ବସେ ବୋଲି କୁହାଯାଏ। ତେଣୁ ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ବେଳେ କେଉଁ କାର୍ଯ୍ୟ ବର୍ଜନୀୟ, ତାହା ଜାଣି ନିଅନ୍ତୁ।

 

ସନ୍ଧ୍ୟା ବେଳେ କରନ୍ତୁ ନାହିଁ ଝାଡ଼ୁ

ଶାସ୍ତ୍ରରେ ସନ୍ଧ୍ୟା ବେଳେ ଘର ଝାଡ଼ୁ କରିବାକୁ ବାରଣ କରାଯାଇଛି। ସନ୍ଧ୍ୟା ବେଳେ ଝାଡ଼ୁ ମାରିଲେ ମା’ ଲଷ୍ମୀଙ୍କ ଅପମାନ ହୁଏ ବୋଲି କୁହାଯାଏ। ସେଥିପାଇଁ ଘରେ ଅର୍ଥ ସମସ୍ୟା ଉପୁଜି ଥାଏ ବୋଲି କୁହାଯାଏ। 

ସନ୍ଧ୍ୟା ବେଳେ ଶୁଅନ୍ତୁ ନାହିଁ

ଅନେକ ଲୋକ ଅଫିସ୍‌ରୁ ଫେରିବା ପରେ ଅବା ଦିନ ବେଳେ ଅତ୍ୟଧିକ କାର୍ଯ୍ୟ କରି ଥକି ଯାଇଥିଲେ ସନ୍ଧ୍ୟା ବେଳେ ଶୋଇପଡ଼ନ୍ତି। ସେମିତି ଆଉ କିଛି ଲୋକଙ୍କର ସନ୍ଧ୍ୟା ବେଳେ ଶୋଇବା ଏକ ଅଭ୍ୟାସ। କିନ୍ତୁ ଶାସ୍ତ୍ରରେ ସନ୍ଧ୍ୟାରେ ଶୋଇବାକୁ ବାରଣ କରାଯାଇଛି। ସନ୍ଧ୍ୟା ବେଳେ ଭଗବାନଙ୍କ ଆରତି ହୁଏ। ମନ୍ଦିର ସହିତ ଘରମାନଙ୍କରେ ଥିବା ଦେବାଦେବୀଙ୍କ ନିକଟରେ ଆରତି କରାଯାଏ। ଏହି ସମୟରେ ଶୋଇଲେ ଘର ଉପରେ ଭଗବାନଙ୍କ କୃପାଦୃଷ୍ଟି ପଡ଼େ ନାହିଁ ବୋଲି କୁହାଯାଏ। ସେହିପରି ସନ୍ଧ୍ୟାରେ ଶୋଇଲେ ଶରୀର ରୋଗାଗ୍ରସ୍ତ ହୋଇଯାଏ।

 

ସନ୍ଧ୍ୟା ବେଳେ ଖାଆନ୍ତୁ ନାହିଁ

ଶାସ୍ତ୍ରରେ ସନ୍ଧ୍ୟା ବେଳେ ଖାଇବାକୁ ବାରଣ କରାଯାଇଛି। ଆପଣ ସନ୍ଧ୍ୟା ପୂର୍ବରୁ ଖାଆନ୍ତୁ ନ ହେଲେ ସନ୍ଧ୍ୟା ପରେ। ଏହି ସମୟରେ ଭୋଜନ କରିବା ଦ୍ୱାରା ଶରୀର ଅସୁସ୍ଥ ହୁଏ।

 

ସନ୍ଧ୍ୟା ବେଳେ ପଢ଼ନ୍ତୁ ନାହିଁ

ଗୋଧୂଳୀ ବେଳା ବା ଯେଉଁ ସମୟରେ ଦିନସରି ଆସେ ଆଉ ରାତି ଆରମ୍ଭ ହୁଏ, ସେତେବେଳେ ପାଠ ପଢ଼ିବାକୁ ମଧ୍ୟ ବାରଣ କରାଯାଇଛି। ଏହି ସମୟରେ ଧ୍ୟାନ କରିବା ଦ୍ୱାରା ସୃତି ଶକ୍ତି ବୃଦ୍ଧି ହୋଇଥାଏ।  ଧ୍ୟାନ କଲେ ମନ ଶାନ୍ତ ରହେ ଓ ପାଠରେ ମନ ଲାଗେ। ସନ୍ଧ୍ୟା ସମୟରେ ପାଠ ନ ପଢ଼ି, ଏହା ପରେ ପାଠପଢ଼ା ଆରମ୍ଭ କରନ୍ତୁ।



from Odisha Reporter https://ift.tt/2Ylue6E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages