କେବିସି ନାଁରେ ଠକେଇ: ୪ କୋଟିର ଲୋଭ ଦେଖାଇ ନେଇଗଲେ ୪୦ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 14, 2019

କେବିସି ନାଁରେ ଠକେଇ: ୪ କୋଟିର ଲୋଭ ଦେଖାଇ ନେଇଗଲେ ୪୦ ଲକ୍ଷ

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳର ଜଣେ ବ୍ୟକ୍ତି ‘କୌନ୍ ବନେଗା କରୋଡ଼ପତି’ରୁ ଲଟେରୀ ଟଙ୍କା ପାଇବା ଆଶାରେ ଅନ୍‌ଲାଇନ୍ ଠକାମୀର ଶିକାର ହୋଇ ସର୍ବସ୍ୱାନ୍ତ ହୋଇଛନ୍ତି। ସେ ହୀରାକୁଦ ସ୍ଥିତ ହିଣ୍ଡାଲକୋ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି। ପ୍ରାୟ ୧୧ ମାସ ଧରି ସେ ଠକାମୀରେ ପଡ଼ି ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଆକାଉଣ୍ଟକୁ ୪୦ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ। ତେବେ ଏତେ ଟଙ୍କା ପଠାଇ ସାରିବା ପରେ ଯାଇ ତାଙ୍କର ସନ୍ଦେହ ହୋଇଥିଲା ଓ ସେ ସମ୍ୱଲପୁର ସାଇବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ତାଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ଅଗଷ୍ଟ ମାସରେ ‘କୌନ୍ ବନେଗା କରୋଡ୍‌ପତି’ କାର୍ଯ୍ୟକ୍ରମରୁ ତାଙ୍କ ନିକଟକୁ ଏକ ମେସେଜ୍ ଆସିଥିଲା। ଏଥିପାଇଁ ୪୦ ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଥିଲା। ଲଟେରୀ ଟଙ୍କା ପାଇବା ଲୋଭରେ ସେ ନିଜ ପିଏଫ୍‌ ଟଙ୍କା ଉଠାଇବା ସହ ଜମିବାଡ଼ି ବିକ୍ରି କରି ଦେଇଥିଲେ। ତା’ସହିତ ସାଙ୍ଗସାଥୀଙ୍କଠାରୁ ଲକ୍ଷାଧିକ ଟଙ୍କା ହାତ ଉଧାର କରି ଥିଲେ। ଏନେଇ ସେ ପରିବାର ଲୋକଙ୍କ ଛଡ଼ା ଅନ୍ୟ କାହାକୁ ବି ଜଣାଇ ନଥିଲେ। ପ୍ରାୟ ଭିନ୍ନ ଭିନ୍ନ ୩୦ଟି ବ୍ୟାଙ୍କ ଆକାଉଣ୍ଟକୁ ସେ ଟଙ୍କା ପଠାଇଥିଲେ।

ଯେଉଁ ସବୁ ଆକାଉଣ୍ଟଗୁଡ଼ିକୁ ଟଙ୍କା ଯାଇଛି ସେଗୁଡ଼ିକ ଷ୍ଟେଟ୍‌ ବ୍ୟାଙ୍କର। ଏହି ସବୁ ଆକାଉଣ୍ଟଗୁଡ଼ିକ ବିହାର ଓ ଦିଲ୍ଲୀ ଅଞ୍ଚଳରେ ରହିଛି ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିପାରିଛି। ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ତଦନ୍ତ ପାଇଁ ସେଠାକୁ ଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଅଭିଯୋଗକାରୀ ଓ ତାଙ୍କ ପତ୍ନୀ ବହୁତ ମାନସିକ ଚାପରେ ଥିବା ପୁଲିସ୍ କହିଛି। ସେମାନଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ୱଲପୁର ସାଇବର ଥାନା ଅଧିକାରୀ ଅନିତା ପ୍ରଧାନ କହିଛନ୍ତି,“ଗତ ୯ ତାରିଖରେ ହୀରାକୁଦ ଅଞ୍ଚଳର ଏକ ଦମ୍ପତି ଆମ ଥାନାକୁ ଆସି ସେମାନେ ଠକାମୀର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ‘କୌନ୍ ବନେଗା କରୋଡପତି’ କାର୍ଯ୍ୟକ୍ରମରେ ସେମାନେ ୪ କୋଟି ଟଙ୍କା ଜିତି ଯାଇଛନ୍ତି ବୋଲି ଗତବର୍ଷ ଅଗଷ୍ଟ ମାସରେ ସେମାନଙ୍କ ମୋବାଇଲକୁ ମେସେଜ୍ ଆସିଥିଲା। ଏହାପରେ ସେମାନେ ବିଭିନ୍ନ ପର୍ଯ୍ୟାୟରେ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲେ। ସେମାନେ ୪୦ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାର ତଦନ୍ତ ଚାଲିଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିବାକୁ ଆମେ ଚେଷ୍ଟା କରୁଛୁ।”



from Odisha Reporter https://ift.tt/2jMwamM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages