ତୀର୍ଥ କଲେ ଯେତିକି ପୁଣ୍ୟ ମିଳେ, କଳା ଗାଈକୁ ଘାସ ଖାଇବାକୁ ଦେଲେ ସେତିକି ପୁଣ୍ୟ ମିଳେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 14, 2019

ତୀର୍ଥ କଲେ ଯେତିକି ପୁଣ୍ୟ ମିଳେ, କଳା ଗାଈକୁ ଘାସ ଖାଇବାକୁ ଦେଲେ ସେତିକି ପୁଣ୍ୟ ମିଳେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀ ଦେବତା ବାସ କରନ୍ତି। ଗାଈକୁ ଖାଦ୍ୟ ଖୁଆଇଲେ ବହୁ ପୁଣ୍ୟ ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି, କଳା ଗାଈକୁ ଘାସ ଖୁଆଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।

– କଳା ଗାଈକୁ ଘାସ ଖାଇବାକୁ ଦେଲେ ସବୁ ପାପ ଧୋଇ ଯାଇଥାଏ ବୋଲି କୁହାଯାଏ। ତୀର୍ଥ କଲେ ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ, କଳା ଗାଈକୁ ଘାସ ଖୁଆଇଲେ ମଧ୍ୟ ସେତିକି ପୁଣ୍ୟ ମିଳିଥାଏ ବୋଲି କୁହାଯାଏ।

– ଆପଣ ଯଦି ବର୍ଷେ ପର୍ଯ୍ୟନ୍ତ ନିଜେ ଖାଇବା ଆଗରୁ କଳା ଗାଈକୁ ଘାସ ଖୁଆଇବେ, ତା’ହେଲେ ଗ୍ରହ ଦୋଷ କଟିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଏହା ସହ ଏହା ଆପଣଙ୍କ ଘରକୁ ସବୁବେଳେ ସକାରାତ୍ମକ ବାତାବରଣ ପ୍ରଦାନ କରିଥାଏ।

ଆଉ କ’ଣ କଲେ ଶୁଭ ଫଳ ପ୍ରାପ୍ତି ହୁଏ?

  • ସକାଳୁ ଉଠି କଳା ଗାଈ ଚାରିପଟେ ଥରେ ପରିକ୍ରମା କଲେ ପୃଥିବୀ ପରିକ୍ରମା କରିବା ସହ ସମାନ ହୋଇଥାଏ। ଗାଈ ଦେହରେ ୩୩ କୋଟି ଦେବୀଦେବତା ଥିବାରୁ ଗାଈକୁ ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
  • ଶାସ୍ତ୍ର ଅନୁସାରେ ଯଦି ଆପଣ କଳା ଗାଈର ପରିସ୍ରାକୁ ଗାଧୋଇବା ପାଣିରେ ପକାଇ ଗାଧାନ୍ତି, ତା’ହେଲେ ବିଗତ ତିନି ବର୍ଷ ଭିତରେ କରିଥବା ପାପ ଧୋଇ ହୋଇଯାଇଥାଏ। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି, ଯେଉଁ ଲୋକଙ୍କ ଘରେ କଳା ଗାଈ ଥାଏ, ତାଙ୍କ ଘର ସବୁବେଳେ ସୁଖଶାନ୍ତି ବଜାୟ ରହେ।


from Odisha Reporter https://ift.tt/2LUJ11Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages