ମୋଟା ଆଇବ୍ରୋ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସବୁ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 10, 2019

ମୋଟା ଆଇବ୍ରୋ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସବୁ ଟିପ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋଟା ଆଇବ୍ରୋ ରଖିବା ବର୍ତ୍ତମାନ ଯୁବତୀଙ୍କ ମଧ୍ୟରେ ଏକ ଫ୍ୟାଶନ୍‌ ଟ୍ରେଣ୍ଡରେ ପରିଣତ ହୋଇଛି। ସେହି ପୁରୁଣା ଦିନ ଚାଲି ଯାଇଛି, ଯେଉଁ ସମୟରେ ମହିଳାମାନେ ପତଳାରୁ ପତଳା ଆଇବ୍ରୋ ରଖିବା ପାଇଁ ପସନ୍ଦ କରୁଥିଲେ।

୯୦ ଦଶକରେ ମହିଳାମାନେ ମୋଟା ଆଇବ୍ରୋ ରଖିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ। ଏହି ପ୍ରକାର ଆଇବ୍ରୋ ରଖିବା ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଏକ ଫ୍ୟାଶନ୍‌ କହିଲେ ଚଳେ।
କିଛି ମହିଳାଙ୍କର ଜନ୍ମରୁ ପତଳା ଆଇବ୍ରୋ ସମସ୍ୟା ରହିଥାଏ। ଯଦି ଆପଣଙ୍କର ମଧ୍ୟ ସମାନ ସମସ୍ୟା ରହିଛି, ତେବେ ଆମେ ଆପଣଙ୍କୁ ଆଜି କିଛି ଟିପ୍ସ କହିବୁ, ଯାହାକୁ ବ୍ୟବହାର କରି ଆପଣ ନିଜ ଆଇବ୍ରୋକୁ ମୋଟା ଓ କଳା କରିପାରିବେ।

୧. ଆଇବ୍ରୋର କେଶ ବୃଦ୍ଧି ପାଇଁ ଏହାର ମୂଳକୁ ମାଲିସ୍‌ କରନ୍ତୁ। ଏଥିପାଇଁ ଆପଣ ଏକ ବ୍ରସ୍‌ ଯୋଗେ ଦିନକୁ ଦୁଇଥର ଆଇବ୍ରୋର କେଶ ମୂଳକୁ ମାଲିସ କରନ୍ତୁ।

୨. ଆଇବ୍ରୋ କେଶରେ ତେଲ ଲଗାଇବା ଦ୍ୱାରା ଏହା ଆପଣଙ୍କୁ ପୋଷଣ ଯୋଗାଇ କେଶ ବୃଦ୍ଧି କରାଇବାରେ ସହୟକ ହୋଇଥାଏ। ଏଥିପାଇଁ ଆପଣ ଅଲିଭ୍‌ ଅଏଲ୍‌, କାଷ୍ଟର ଅଏଲ୍‌ ଏବଂ ପେଟ୍ରୋଲିୟମ୍ ଜେଲିକୁ ମଧ୍ୟ ଦିନକୁ ଦୁଇଥର ବ୍ୟବହାର କରିପାରିବେ।

୩. ସାଧାରଣତଃ ଆଇବ୍ରୋ ଉଠିବା ପାଇଁ ଅଧିକ ସମୟ ନେଇଥାଏ। ଏଥିପାଇଁ ଆପଣ କମ୍‌ ସେ କମ୍‌ ୧୨ ସପ୍ତାହ ପର୍ଯ୍ୟନ୍ତ ଟ୍ୟୁଜର୍‌ କିମ୍ୱା ରେଜର୍‌ରେ ଆଇବ୍ରୋ କେଶକୁ ନ ଉପାଡ଼ି ଏହାର ବୃଦ୍ଧି ହେବାକୁ ଛାଡ଼ି ଦିଅନ୍ତୁ। ଏକ ବ୍ରସ୍‌ ଯୋଗେ ପ୍ରତିଦିନ ଆଇବ୍ରୋକୁ ସେପ୍‌ ଦିଅନ୍ତୁ। ଯେବେ ଆପଣଙ୍କୁ ଲାଗିବ ଯେ ଆପଣଙ୍କ ଆଇବ୍ରୋର ବୃଦ୍ଧି ହୋଇଛି, ସେତେବେଳେ ପାର୍ଲର୍‌ ଯାଇ ଏହାକୁ ସେପ୍‌ ଦିଅନ୍ତୁ।



from Odisha Reporter https://ift.tt/2G5JZEy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages