ବେଙ୍ଗାଲୁରୁ: କର୍ଣ୍ଣାଟକାରେ ବିଦ୍ରୋହୀ ବିଧାୟକଙ୍କୁ ନେଇ ରାୟ ଆସିବା ପୂର୍ବରୁ ରିଲାକ୍ସ ମୁଡରେ କର୍ଣ୍ଣାଟକା ବିଜେପି ସଭାପତି ବି.ଏସ୍ ୟେଦ୍ଦୁରପ୍ପା। ବେଙ୍ଗାଲୁରୁ ସହରଠୁ ଦୂରରେ ଥିବା ଏକ ରିସୋର୍ଟରେ ଦଳୀୟ ବିଧାୟକଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ଦୁରପ୍ପା କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଛି। ଏହି ଫୋଟ ରାଜ୍ୟ ବିଜେପିର ମିଡିଆ ସେଲ୍ ସାର୍ବଜନୀନ କରିଛି।
ମେଣ୍ଟ ସରକାରରେ ଅସ୍ଥିରତା ଦେଖାଦେବା ପରେ ରାଜ୍ୟ ବିଜେପି ସଭାପତି ୟେଦ୍ଦୁରପ୍ପା ବ୍ୟସ୍ତ ରହୁଥିଲେ। ଆଜି (ବୁଧବାର) କଂଗ୍ରେସ-ଜେଡିଏସର ୧୫ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇବା ପୂର୍ବରୁ ମଙ୍ଗଳବାର ରିଲାକ୍ସ ମୁଡ଼ରେ ୟେଦ୍ଦୁରପ୍ପା ଥିବା ଦେଖିବାକୁ ମିଳିଛି। ଏଥିସହ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏଚଡିକେ କୁମାରସ୍ୱାମୀ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି।
ଏହାକୁ ନଜରରେ ରଖି ବିଜେପି ବିଧାୟକ ମାନେ ଏକ ରିସୋର୍ଟରେ ଏକାଠି ରହୁଥିବା ଦେଖିବାକୁ ମିଳିଛି। କଂଗ୍ରେସ-ଜେଡିଏସରୁ ଏଯାଏ ୧୬ ଜଣ ବିଧାୟକ ଇସ୍ତଫା ଦେଇସାରିଛନ୍ତି। ଜଣେ ବିଧାୟକ ଜୁଲାଇ ଆରମ୍ଭରେ ଦେଇଥିଲେ, ତାଙ୍କର ଇସ୍ତଫା ଗୃହୀତ ହୋଇସାରିଛି। ସେହିପରି ବାକି ୧୫ ବିଧାୟକଙ୍କ ମଧ୍ୟରେ କଂଗ୍ରେସର ୧୨ ଏବଂ ଜେଡିଏସର ୩ ବିଧାୟକ ରହିଛନ୍ତି। ସେହିପରି ମେଣ୍ଟ ସରକାରକୁ ସମର୍ଥନ ଦେଉଥିବା ୨ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି।
from Odisha Reporter https://ift.tt/2LXxqz4
No comments:
Post a Comment