ରୋଷେଇ ଘରେ ଚୁଲି ଓ ପାଣି ଟ୍ୟାପ୍ ଗୋଟିଏ ଦିଗରେ ଅଛି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 28, 2019

ରୋଷେଇ ଘରେ ଚୁଲି ଓ ପାଣି ଟ୍ୟାପ୍ ଗୋଟିଏ ଦିଗରେ ଅଛି କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ତିଆରି ବେଳେ ଅଧିକାଂଶ ଲୋକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ଘରେ କେଉଁ ରୁମ୍ କେଉଁ ଦିଗରେ ରହିବ, ଘରର ସମ୍ମୁଖରେ କ’ଣ ରହିବ ଓ କ’ଣ ନ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ। ସେହିପରି ରୋଷେଇ ଘର ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ। ତେବେ ବାସ୍ତୁ ଅନୁସାରେ କେବଳ ରୋଷେଇ ଘରର ସ୍ଥାନ ନିରୂପଣ କରି ଦେଲେ କାମ ସରିଯାଏ ନାହିଁ। ରୋଷେଇ ଘର ଭିତରେ କେଉଁ ଜିନିଷ କେଉଁ ସ୍ଥାନରେ ରହିବ, ସେ ନେଇ ବି ବାସ୍ତୁଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି। କୁହାଯାଏ, ରୋଷେଇ ଘରର ବାସ୍ତୁ ଠିକ୍ ନରହିଲେ ଘରେ ଅଶାନ୍ତି ଲାଗି ରହେ। ତା’ହେଲେ ଆସନ୍ତୁ ଜାଣିବା ରୋଷେଇ ଘର ପାଇଁ କିଛି ବାସ୍ତୁ ଟିପ୍ସ୍।

୧. ଚୁଲି ଓ ପାଣି ଟ୍ୟାପ୍‌ ଗୋଟିଏ ଦିଗରେ ରହିବା ଉଚିତ୍‌ ନୁହେଁ। କାରଣ ଦୁଇଟି ଯାକ ଭିନ୍ନ ଭିନ୍ନ ତତ୍ତ୍ୱ- ଅଗ୍ନି ଓ ଜଳ ଉପରେ ଆଧାରିତ। ଏହି ଦୁଇଟି ସମାନ ଦିଗରେ ରହିଲେ ଘରେ କଳି ଝଗଡ଼ା ଲାଗି ରହେ। ଏ ସଂପର୍କରେ ବାସ୍ତୁ ବିଶେଷଜ୍ଞଙ୍କଠାରୁ ଅଧିକ ପରାମର୍ଶ ନିଅନ୍ତୁ।

୨. ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ତିଥି ଅନୁଯାୟୀ ଅନୁକୂଳ ଓ ପ୍ରତିକୂଳ ଦିଗ ରହିଥାଏ। ତେଣୁ ରୋଷେଇ ଘରର ଚୁଲି ଘରର ମୁଖିଆଙ୍କ ଅନୁକୂଳ ଦିଗରେ ରହିବା ଉଚିତ୍‌।

୩. ଶିଡ଼ି ପାଖରେ ବା ଶିଡ଼ି ଘର ତଳେ ରୋଷେଇ ଘର କରନ୍ତୁ ନାହିଁ। ଏପରି କଲେ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।

୪. ରୋଷେଇ ଘରେ କେବେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ଏପରି କଲେ ଲକ୍ଷ୍ମୀ ଅସନ୍ତୁଷ୍ଚ ହୋଇଥା’ନ୍ତି ଓ ଘରେ ଅଭାବ ଅନଟନ ଦେଖାଦିଏ ବୋଲି କୁହାଯାଏ।



from Odisha Reporter https://ift.tt/2Yljq4A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages