ମୁମ୍ୱାଇ: ସମ୍ପୂର୍ଣ ଭାବରେ ସକ୍ଷମ ହୋଇପାରିନି ମୌସୁମୀ ଜନିତ ବର୍ଷା। ଚଳିତ ସପ୍ତାହରେ ହାରାହାରି ୨୦ ପ୍ରତିଶତରୁ କମ୍ ମୌସୁମୀ ଜନିତ ବର୍ଷା ହୋଇଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗ ଏହି ରିପୋର୍ଟ ପ୍ରକାଶ କରିଛି। ମୁଖ୍ୟତଃ କେନ୍ଦ୍ର, ପଶ୍ଚିମ ଏବଂ ଦକ୍ଷିଣ ପ୍ରାନ୍ତରେ ମୌସୁମୀ ଜନିତ ବର୍ଷାକୁ ନେଇ ଏହି ରିପୋର୍ଟ ପ୍ରକାଶ କରିଛି ପାଣିପାଗ ବିଭାଗ।
କୃଷି ଉତ୍ପାଦନ ଏବଂ ଆର୍ଥିକ ବିକାଶ ଉପରେ ମୌସୁମୀ ଜନିତ ବର୍ଷା ଉପରେ ଦେଶବାସୀ ନିର୍ଭର କରନ୍ତି। ହେଲେ କମ୍ ବର୍ଷା ହୋଇଥିବାରୁ ଆଗାମୀ ଦିନରେ ଚାଷୀ ନିରାଶ ହୋଇପାରନ୍ତି।
ସୂଚନାଯୋଗ୍ୟ, ଜୁନ ୧ରୁ ଦେଶରେ ମୌସୁମୀ ଋତୁ ଆରମ୍ଭ ହୋଇଛି। ହେଲେ ଜୁନ୍ ୮ ତାରିଖରେ କେରଳ ଛୁଇଁଥିଲା ମୌସୁମୀ। ଓଡ଼ିଶାରେ ଜୁନ୍ ୧୪ ବେଳକୁ ଏହା ଛୁଇଁଥିଲା। ଏଯାଏ ମୋଟ୍ ୧୬ ପ୍ରତିଶତରୁ କମ୍ ବର୍ଷା ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।
from Odisha Reporter https://ift.tt/2Smrpge
No comments:
Post a Comment