ଶନିବାର ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 26, 2019

ଶନିବାର ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାସ୍ତ୍ର ଅନୁସାରେ ଶନିବାର ଦିନଟିକୁ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ କରାଯାଇଛି। ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ଶନିଦୋଷ ରହିଛି, ତେବେ ଶନିଙ୍କର ବ୍ରତ କରିବା ପାଇଁ ଜ୍ୟୋତିଷ ମତ ଦେଇଥା’ନ୍ତି। କୁହାଯାଏ ଯେ, ଶନିଦେବ ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ଭଲ ଫଳ ଓ ଖରାପ କର୍ମ କରୁଥିବା ବ୍ୟକ୍ତିଙ୍କୁ ଖରାପ ଫଳ ଦେଇଥା’ନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଶନିଦୋଷ ରହିଥାଏ, ତା’ହେଲେ ଶନିବାର ଦିନ ତାଙ୍କୁ କିଛି ଖାଦ୍ୟଦ୍ରବ୍ୟ ଖାଇବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା, ଶନିବାର ଦିନ କେଉଁ ଖାଦ୍ୟ ଖାଇବା ଉଚିତ୍‌ ନୁହେଁ।

– ଯଦି ଶନିବାର ଦିନ ଆପଣ କ୍ଷୀର କିମ୍ବା ଦହି ଖାଇବାକୁ ଚାହୁଁଛନ୍ତି ତେବେ ତାହାକୁ ସାଧା ଖାଆନ୍ତୁ ନାହିଁ। କ୍ଷୀରରେ ହଳଦୀ କିମ୍ବା ଗୁଡ ମିଶାଇ ସେବନ କରିପାରିବେ।
– ଏହିଦିନ ଆମ୍ବ ଆଚାର ଖାଆନ୍ତୁ ନାହିଁ। ଏହାକୁ ଖାଇବା ଦ୍ୱାରା ଶନିଦେବଙ୍କ କୋପର ଶିକାର ହେବାକୁ ପଡ଼ିଥାଏ।
– ଶନିବାର ଦିନ ଲାଲ୍‌ ଲଙ୍କା ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶନିଦେବଙ୍କ କୃଦୃଷ୍ଟି ପଡିଥାଏ।
– ଶନିବାର ଦିନ ଚଣା, ବିରି ଓ ମୁଗ ଡାଲି ଖାଇପାରିବେ। କିନ୍ତୁ ମସୁର ଡାଲି ଏହିଦିନ ଖାଆନ୍ତୁ ନାହିଁ। ମସୁର ଡାଲି ସହିତ ମଙ୍ଗଳ ଗ୍ରହର ସମ୍ପର୍କ ରହିଛି। ତେଣୁ ମସୁର ଡାଲି ଖାଇବା ଦ୍ୱାରା ଶନିଦେବଙ୍କ କୁଦୃଷ୍ଟି ପଡ଼ିଥାଏ।
– ସେହିପରି ଶନିବାର ଦିନ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହା ଦ୍ୱାରା ଶନିଦେବଙ୍କ ଖରାପ ପ୍ରଭାବ ପଡ଼ିଥାଏ। ଏହାସହ ଦୁର୍ଘଟଣା ଘଟିବାର ସମ୍ଭାବନା ବୃଦ୍ଧି ପାଇଥାଏ।
– ଶନିବାର ଦିନ ସୋରିଷ ତେଲରେ ତିଆରି ହୋଇଥିବା ଖାଦ୍ୟପଦାର୍ଥ ଖାଆନ୍ତୁ ନାହିଁ।



from Odisha Reporter https://ift.tt/2LJh6Cy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages