ମୁମ୍ବାଇ: ରିଲିଜ୍ ହୋଇଛି ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ବଡ଼ ପରଦାରେ ଆସିବାକୁ ଥିବା ବହୁପ୍ରତୀକ୍ଷିତ ଫିଲ୍ମ ‘ମିଶନ୍ ମଙ୍ଗଲ୍’ର ଟ୍ରେଲର। ଇସ୍ରୋର ମାର୍ଶ ଅର୍ବିଟର ମିଶନ୍ (ଏମ୍ଓଏମ୍) ବା ମଙ୍ଗଳଯାନ ପ୍ରକଳ୍ପ ଉପରେ ଆଧାରିତ ଏହି ଫିଲ୍ମଟି ଜଗନ୍ ଶକ୍ତିଙ୍କ ଦ୍ୱାରା ନିର୍ଦ୍ଦେଶିତ।
ଟ୍ରେଲରରେ କରାଯାଥିବା ବର୍ଣ୍ଣନା ଅନୁଯାୟୀ, ଅକ୍ଷୟ କୁମାର ଏଥିରେ ମିଶନ୍ ଡାଇରେକ୍ଟର ରାକେଶ ଧୱନ୍ଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷରେ ବିଦ୍ୟା ବାଲନ୍ ପ୍ରକଳ୍ପ ନିର୍ଦ୍ଦେଶକ ତାରା ସିନ୍ଦେଙ୍କ ଭୂମିକାରେ ଅଛନ୍ତି। ଏଥିରେ ଅନେକ ବୈଜ୍ଞାନିକଙ୍କ ହୃଦୟସ୍ପର୍ଶୀ କାହାଣୀ ରହିଛି। ଏତଦ୍ବ୍ୟତୀତ କିଛି ମହିଳାଙ୍କ କାହାଣୀ ରହିଛି, ଯେଉଁମାନେ କି ପରିବାର ଏବଂ କାମକୁ ସମତୁଲ କରି ଚଲାଇଛନ୍ତି। ଏଥିରେ ନିର୍ଦ୍ଦେଶକ ବଖାଣିଛନ୍ତି କିଭଳି ସେମାନେ ସମସ୍ତ ପ୍ରତିକୂଳ ପରିସ୍ଥିତି ବିରୋଧରେ ସଫଳତା ଅର୍ଜନ କରୁଛନ୍ତି। ଏଥିରେ ନାରୀମାନଙ୍କୁ ଗୁରୁତ୍ୱ ଦିଆଯାଇଥିବା ବେଳେ ବିଭିନ୍ନ ଚରିତ୍ରରେ ତାପସୀ ପନ୍ନୁ, ନିତ୍ୟା ମେନନ୍, ସୋନାକ୍ଷୀ ସିହ୍ନା ଓ କୀର୍ତ୍ତି କୁହ୍ଲାରି ପ୍ରମୁଖ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଶର୍ମନ୍ ଯୋଶୀ ବି ଅଛନ୍ତି।
ପୂରା ଟ୍ରେଲରରେ ଦେଶପ୍ରେମର ବାର୍ତ୍ତା ରହିଛି। ଯେପରିକି କ୍ଷମତାଠାରୁ ଭାରତର ସ୍ୱପ୍ନ ଏବଂ ଏହାକୁ ହାସଲ କରିବାର ଇଚ୍ଛା ଶକ୍ତି କିଭଳି ବଡ଼ ଏଥିରେ କୁହାଯାଇଛି। ଏଥିରେ ଏକ ସଂଳାପ ରହିଛି- ବିନା ପରୀକ୍ଷଣରେ ବିଜ୍ଞାନର ଅସ୍ଥିତ୍ୱ ନାହିଁ।
ପୂର୍ବରୁ ଅକ୍ଷୟ ଏହି ଫିଲ୍ମ ବାବଦରେ କହିଥିଲେ, ମୁଁ ଏହି ଫିଲ୍ମଟି ମୋ ଝିଅ ଏବଂ ସେହି ବୟସର ପିଲାଙ୍କ ପାଇଁ କରୁଛି। ‘ମିଶନ୍ ମଙ୍ଗଲ୍’ ଏଭଳି ଏକ ଫିଲ୍ମ ଯାହାକି ମନୋରଞ୍ଜନ ଦେବା ସହିତ ପ୍ରେରଣା ମଧ୍ୟ ଦେବ।
ସୂଚନାଯୋଗ୍ୟ, ଏହା ଆସନ୍ତା ଅଗଷ୍ଟ ୧୫ ତାରିଖ ବା ସ୍ୱାଧୀନତା ଦିବସ ଉପଲେକ୍ଷେ ରିଲିଜ୍ ହେବ। ଆଉ ସବୁଠାରୁ ବଡ଼ କଥା ହେଉଛି, ୧୯୬୯ ମସିହା ଅଗଷ୍ଟ ୧୫ ତାରିଖରେ ଇସ୍ରୋର ପ୍ରତିଷ୍ଠା ହୋଇଥିଲା।
from Odisha Reporter https://ift.tt/2LZ1JVR
No comments:
Post a Comment