ଡାକ୍ତରଖାନାରେ ଛୁଆ ଅଦଳବଦଳର ଶିକାର ହୋଇଥିଲେ ସୁନୀଲ ଗାଭାସ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 9, 2019

ଡାକ୍ତରଖାନାରେ ଛୁଆ ଅଦଳବଦଳର ଶିକାର ହୋଇଥିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ: ଆଜି ହେଉଛି ସୁନୀଲ ଗାଭାସ୍କରଙ୍କ ଜନ୍ମଦିନ। ୧୯୪୯ ମସିହାରେ ଆଜିର ଦିନରେ ସେ ମୁମ୍ବାଇ (ତତ୍‌କାଳୀନ ବମ୍ବେ)ରେ ଜନ୍ମ ଗ୍ରହଣ କରିଥିଲେ। ‘ସନ୍ନି’ ଓ ‘ଲିଟିଲ୍ ମାଷ୍ଟର’ ନାଁରେ ଜଣାଶୁଣା ଏହି ମହାନ ଖେଳାଳିଙ୍କ ପୂରା ନାଁ- ସୁନୀଲ ମନୋହର ଗାଭାସ୍କର। ତାଙ୍କୁ କ୍ରିକେଟର ‘ନେପୋଲିଅନ’ ବୋଲି ବି କୁହାଯାଉଥିଲା। ଯେତେବେଳେ କ୍ରିକେଟ୍‌ରେ ହେଲ୍‌ମେଟ୍‌ର ବ୍ୟବସ୍ଥା ନଥିଲା, ସେତେବେଳେ ଦୁର୍ଦ୍ଧର୍ଷ ଫାଷ୍ଟ୍‌ ବୋଲରମାନଙ୍କୁ କେମିତି ଖେଳିବାକୁ ହେବ, ତା’ର କୌଶଳ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମାନଙ୍କୁ ଶିଖାଇଥିଲେ।

ସଠିକ୍‌ ସନ୍ତୁଳନ, ଉନ୍ନତ ଟେକ୍‌ନିକ୍‌, ପ୍ରଚୁର ଲୟ ଓ ତତ୍‌କ୍ଷଣାତ୍ ବଢ଼ିଆ ନିଷ୍ପତ୍ତି ନେବାର ଦକ୍ଷତା ଯୋଗୁ ସେ ଅନେକ ରେକର୍ଡ ଭାଙ୍ଗି ଥିଲେ ଓ ନୂଆ ରେକର୍ଡ ତିଆରି କରିଥିଲେ। ପ୍ରଥମ କ୍ରିକେଟର ଭାବେ ସେ ଟେଷ୍ଟରେ ୧୦ ହଜାର ରନ୍ (୧୦,୧୨୨) ପୂରଣ କରିଥିଲେ। ସେ ୧୨୫ଟି ଟେଷ୍ଟରୁ ୫୧.୧୨ ହାରରେ ଏହି ରନ୍ ସଂଗ୍ରହ କରିଥିଲେ।  ଆଉ ଏବେ ଏହି ତାଲିକାରେ ସେ ୧୨ ନମ୍ବରରେ ଅଛନ୍ତି। ଟେଷ୍ଟରେ ସେ ୩୪ଟି ଶତକ ମାରିଥିଲେ, ଯାହା ୨୦ ବର୍ଷ ଧରି ଅତୁଟ ରହିଥିଲା। ୨୦୦୫ରେ ସଚିନ୍ ତେନ୍ଦୁଲକର ଏହି ରେକର୍ଡ ଭାଙ୍ଗିଥିଲେ। ସେହିଭଳି ସେ ତିନୋଟି ଟେଷ୍ଟରେ ଦୁଇଟି ଯାକ ଇଂନିସ୍‌ରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି।

ଫାଷ୍ଟ୍‌ ବୋଲରଙ୍କ ବିପକ୍ଷରେ ଗାଭାସ୍କରଙ୍କ ବ୍ୟାଟିଂ ଅତି ଚମତ୍କାର ଥିଲା। ତାଙ୍କ ସମୟରେ ୱେଷ୍ଟଇଣ୍ଡିଜ୍‌ ଦଳରେ ଅନେକ ଦୁର୍ଦ୍ଧର୍ଷ ଫାଷ୍ଟ୍‌ ବୋଲର ଥିଲେ। ତେବେ ସେହି ଦଳ ବିପକ୍ଷରେ ସେ ୬୫.୪୫ ହାରରେ ରନ୍ ସଂଗ୍ରହ କରିଥିଲେ। ତେବେ ସେ ଜନ୍ମ ହେବା ପରେ ତାଙ୍କ ମାମୁ ଯଦି ସତର୍କ ହୋଇ ନଥା’ନ୍ତେ, ହୁଏତ ସେ ସୁନୀଲ ଗାଭାସ୍କର ହୋଇପାରି ନଥା’ନ୍ତେ। କାରଣ ଜନ୍ମ ହେବାର କେଇ ଘଣ୍ଟା ପରେ ତାଙ୍କୁ ଆଉ ଜଣେ ମହିଳାଙ୍କୁ ଦେଇ ଦିଆଯାଇଥିଲା। ସେ ମହିଳାଙ୍କର ମଧ୍ୟ ଏକ ପୁତ୍ର ଜନ୍ମ ହୋଇଥିଲା। ଆଉ କୌଣସି କାରଣ ବଶତଃ ତାଙ୍କୁ ଉକ୍ତ ମହିଳାଙ୍କ ପାଖରେ ଓ ଉକ୍ତ ମହିଳାଙ୍କ ପୁଅକୁ ତାଙ୍କ (ସୁନୀଲ ଗାଭାସ୍କରଙ୍କ) ମା’ ପାଖରେ ରଖାଯାଇଥିଲା। କିନ୍ତୁ ଗାଭାସ୍କରଙ୍କ ମାମୁ ଏ କଥା ଧରିପାରିଥିଲେ। କାରଣ ଜନ୍ମ ପରେ ପରେ ସେ ସୁନୀଲଙ୍କ ବାମ କାନରେ ଏକ ଛୋଟ ଜାଇ ଥିବା ସେ ଲକ୍ଷ୍ୟ କରିଥିଲେ। ସେ ଏ କଥା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତା’ପରେ ସୁନୀଲଙ୍କୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଥିଲା।



from Odisha Reporter https://ift.tt/2XWsUqW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages