ଆଜି ପୁଣି ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 9, 2019

ଆଜି ପୁଣି ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍‌

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ମୁକାବିଲାରେ ଗତକାଲି ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ତେବେ ଏହି ମ୍ୟାଚ୍‌କୁ ଫିକା କରି ଦେଇଥିଲା ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା।

ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। ବର୍ଷା ଛାଡ଼ିବା ପରେ ଗ୍ରାଉଣ୍ଡ୍ ନିରୀକ୍ଷଣ କରାଯାଇଥିଲା। ଯାଞ୍ଚ ପରେ ଦେଖାଗଲେ ଗ୍ରାଉଣ୍ଡ ଖେଳିବା ଉପଯୋଗୀ ହୋଇ ନଥିଲା। ସେଥିପାଇଁ ମ୍ୟାଚକୁ ବାତିଲ୍ କରାଯାଇଥିଲା। ଆଉ ମ୍ୟାଚକୁ ରିଜର୍ଭ ଡେ’କୁ ଅର୍ଥାତ୍ ବୁଧବାରକୁ ଘୁଞ୍ଚାଇ ଦିଆଯାଇଥିଲା। ଗତକାଲି ମ୍ୟାଚ୍ ଯେଉଁଠି ଅଟକି ଥିଲା, ଆଜି ସେହିଠାରୁ ହିଁ ଆରମ୍ଭ ହେବ। ଅର୍ଥାତ୍ ନ୍ୟୁଜିଲ୍ୟାଣ୍ଡ୍ ଆଜି ପୂରା ୫୦ ଓଭର୍ ବ୍ୟାଟିଂ କରିବ ଏବଂ ଭାରତ ଆଗରେ ବିଜୟ ପାଇଁ ଟାର୍ଗେଟ୍ ରଖିବ।

ଯଦି ଆଜି ପୁଣି ବର୍ଷା ବାଧା ସାଜିବ, ତା’ହେଲେ ଡକ୍‌ୱର୍ଥ/ଲୁଇସ୍ ନିୟମର ଉପଯୋଗ କରାଯିବ। ଆଉ ପୂରା ଦିନ ଖେଳ ହୋଇ ନପାରିଲେ ଭାରତ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି ସେମି ଫାଇନାଲ୍‌କୁ ଯାଇଥିବାରୁ ଫାଇନାଲ୍‌ରେ ପ୍ରବେଶ କରିବ।

ଗତକାଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ମଧ୍ୟକ୍ରମରେ କ୍ୟାପଟେନ୍ କେନ୍ ୱିଲିୟମସନ୍ (୬୭) ଓ ରସ୍ ଟେଲର୍ (୬୭*) ଲଢ଼ୁଆ ବ୍ୟାଟିଂ କରି ଟିମ୍‌ର ସମ୍ମାନ ରକ୍ଷା କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୬୫ ରନର ମୂଲ୍ୟବାନ ଭାଗୀଦାରୀ କରିଥିଲେ।

ୱିଲିୟମସନ୍ ୬୭ (୯୫ ବଲ୍, ୬ ଚୌକା) ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ୍ ଗପ୍ଟିଲ୍ (୧) ପୁଣି ଥରେ ନିରାଶ କରିଥିବା ବେଳେ ହେନରୀ ନିକୋଲ୍ସ (୨୮) ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଲୋୟର ମିଡିଲ୍ ଅର୍ଡରରେ ଜେମ୍ସ ନିଶାମ୍ (୧୨) ଓ କଲିନ୍ ଡି’ଗ୍ରାଣ୍ଡହୋମ୍ (୧୬) ଫେଲ୍ ମାରିଥିଲେ।

ଟେଲର୍ ୬୭ (୮୫ ବଲ୍, ୩ ଚୌକା, ୧ ଛକା) ଓ ଲାଥାମ ୩ ରନ୍ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।



from Odisha Reporter https://ift.tt/2LK9bEo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages