ନୂଆଦିଲ୍ଲୀ: ଡକ୍ଟର କଲାମ୍, ଏପିଜେ ଅବ୍ଦୁଲ କଲାମ ବା ‘ଭାରତର ମିସାଇଲ ମ୍ୟାନ୍’ ଅବୁଲ ପାକିର ଜୈନୁଲାବ୍ଦୀନ୍ ଅବ୍ଦୁଲ କଲାମଙ୍କର ୨୭ ଜୁଲାଇ ଥିଲା ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ପିଲାଠାରୁ ବୁଢ଼ା, ଜାତି ଧର୍ମ ଏବଂ ରାଜନୀତିକ ବିଚାର ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ତାଙ୍କୁ ମନେ ପକାଇଛନ୍ତି।
୧୯୩୧ ମସିହା ଅକ୍ଟୋବର ୧୫ରେ ତାମିଲନାଡ଼ୁର ରାମେଶ୍ୱରମ୍ରେ ଜନ୍ମିତ ଡକ୍ଟର କଲାମ ମାଡ୍ରାସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏରୋନଟିକାଲ ଇଞ୍ଜିନିୟରିଂରେ ପାସ୍ କରିଥିଲେ। ଏହା ପରେ ଏରୋସ୍ପେଶ୍ କ୍ଷେତ୍ରରେ ଏକ ଦୀର୍ଘ ତଥା ସଫଳ କ୍ୟାରିଅର ଭିତରେ ସେ ପାଇଥିଲେ ‘ମିସାଇଲ ମ୍ୟାନ୍’ର ଆଖ୍ୟା। ଶେଷରେ ସେ ଦେଶର ଏକାଦଶତମ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ। ତାଙ୍କର ସରଳ ପଣିଆ ଏବଂ ଦେଶ ପ୍ରତି ତାଙ୍କର ମହାନ ଅବଦାନ ପାଇଁ ସେ ‘ଲୋକଙ୍କ ରାଷ୍ଟ୍ରପତି’ ଭାବେ ଚିରକାଳ ପାଇଁ ପରିଚିତ ରହିବେ।
In honor of the beloved former President of India #APJAbdulKalam #MissileMan pic.twitter.com/KV89AiqjEL
— Amul.coop (@Amul_Coop) July 27, 2019
‘ଅଗ୍ନି’ ଏବଂ ‘ପୃଥ୍ୱୀ’ ପରି ମିସାଇଲ ପଛରେ ସବୁଠାରୁ ଅଧିକ ଅବଦାନ ରହିଥିବା ଏହି ମହାନ ବୈଜ୍ଞାନିକ କଲାମ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଅତି ଗୋପନୀୟତାର ସହିତ ଆଣବିକ ପରୀକ୍ଷଣ କରାଇପାରିଥିଲେ। ସେ ୨୦୧୫ ମସିହାରେ ଥରେ ଏହି ଘଟଣାକୁ ମନେ ପକାଇ କହିଥିଲେ, ଯେତେବେଳେ ସାରା ବିଶ୍ୱ ଶୋଇଥିଲା ଭାରତ ଆଣବିକ ଯୁଗରେ ପାଦ ଦେଇସାରିଥିଲା।
#IndianArmy salutes Dr A P J Abdul Kalam, Former President and The Missile Man on his death anniversary. You shall continue to inspire us & shall keep igniting our minds#Proud #Honour pic.twitter.com/vN47It2jYK
— ADG PI – INDIAN ARMY (@adgpi) July 27, 2019
ନିଜ କୃତିତ୍ୱ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଡକ୍ଟରେଟ୍ ପାଇଥିବା କଲାମ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ତାଙ୍କ ରଚିତ ‘ୱିଙ୍ଗସ୍ ଅଫ୍ ଫାୟର’, ‘ଇଣ୍ଡିଆ ୨୦୨୦’, ମାଇଁ ଜର୍ଣ୍ଣି ଏବଂ ‘ଇଗ୍ନାଇଟେଡ୍ ମାଇଣ୍ଡସ୍’ ଆଦି ବହି ପରପିଢ଼ି ପାଇଁ ଅମୂଲ୍ୟ ରତ୍ନ ମନେ କରାଯାଏ। ଶ୍ରାଦ୍ଧ ବାର୍ଷିକୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି, “ଆମର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡକ୍ଟର କଲାମଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେ ଜଣେ ବିଚକ୍ଷଣ ବୈଜ୍ଞାନିକ ଏବଂ କୋଟିକୋଟି ଜନତାଙ୍କ ପାଇଁ ପ୍ରେରଣାଦାୟୀ। ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରକୁ ତାଙ୍କ ଅବଦାନକୁ ଦେଶ କେବେ ମଧ୍ୟ ଭୂଲିବ ନାହିଁ।”
Tributes to our former President, Bharat Ratna Dr. APJ Abdul Kalam ji on his punyatithi. He was an outstanding scientist and a great motivator whose teachings has inspired millions of lives. Nation can never forget his monumental contribution in the field of science & technology. pic.twitter.com/NoorWG5wmH
— Amit Shah (@AmitShah) July 27, 2019
ଓଡ଼ିଶାର ହ୍ୱିଲର ଆଇଲ୍ୟାଣ୍ଡରେ ଅବସ୍ଥିତ ଏକ ମିସାଇଲ ପରୀକ୍ଷଣ କ୍ଷେତ୍ରକୁ ୨୦୧୫ ସେପ୍ଟେମ୍ବର ୪ରେ ‘କଲାମ୍ ଦ୍ୱୀପ’ ଭାବେ ନାମକରଣ କରାଯାଇଛି। ଏହି ସ୍ଥାନରୁ ଦେଶର ସର୍ବାଧିକ ମିସାଇଲ ପରୀକ୍ଷଣ ହୋଇଥିବାର ରେକର୍ଡ ରହିଛି।
from Odisha Reporter https://ift.tt/30Xis04
No comments:
Post a Comment