ଧୋନିଙ୍କ ଇସ୍ତଫା ନେଇ ଜବାବ ରଖିଲେ ବିସିସିଆଇ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 11, 2019

ଧୋନିଙ୍କ ଇସ୍ତଫା ନେଇ ଜବାବ ରଖିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ପାଖରୁ ହାରିବା ପରେ ଏବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଗ୍ରହଣ ସମ୍ଭାବନା ନେଇ ଅଟକଳବାଜି ଚାଲିଛି। ଖୁବଶୀଘ୍ର ସେ ଦିନିକିଆ କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏ ବାବଦରେ ଧୋନି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ଏବଂ  ଟିମ୍ ଇଣ୍ଡିଆର କ୍ୟାପଟେନ କୋହଲି ମଧ୍ୟ ଧୋନିଙ୍କ ଅବସର ନେବା ବିଷୟରେ ସେ କିଛି ଜାଣି ନାହାନ୍ତି ବୋଲି ସ୍ପଷ୍ଟ କରି ସାରିଛନ୍ତି।

ତେବେ ଧୋନିଙ୍କ ଅବସର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ଏସ.କେ ଖାନ୍ନା ଏବଂ ପ୍ରଶାସନିକ ସମିତି ସଦସ୍ୟ ଡାୟନା ଏଡ୍ଡୁଲଜି। ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନକୁ ତାରିଫ କରିଥିବା ବେଳେ ସେମିଫାଇନାଲରେ ଦଳର ପ୍ରଦର୍ଶନକୁ ନୈରାଶ୍ୟଜନକ ବୋଲି ଉଭୟ କହିଛନ୍ତି।

ବିସିସିଆଇ ପ୍ରଶାସନିକ ସମିତି ସଦସ୍ୟ ଡାୟନା କହିଛନ୍ତି ଧୋନି ଅବସର ନେବେ କି ନାହିଁ, ତାହା ତାଙ୍କର ନିଷ୍ପତ୍ତି। ଆଗାମୀ ଦିନରେ ଖେଳିବା ପାଇଁ ତାଙ୍କ ଶରୀର କେତେ ଫିଟ ସେକଥା ସେ ହିଁ ଜାଣିଥିବେ। କିନ୍ତୁ ଏବେ ବି ତାଙ୍କ ପାଖରେ ଆହୁରି ବହୁତ କ୍ରିକେଟ ରହିଛି। ଦଳର ଯୁବ ପିଢ଼ିଙ୍କ ସହ ଖେଳି ସେ ସେମାନଙ୍କର ପଥ ପ୍ରଦର୍ଶକ ହେବା ଉଚିତ୍ ବୋଲି ଡାୟନା କହିଛନ୍ତି।

ଗତକାଲି ଦେଶର ଶ୍ରେଷ୍ଠ ଗାୟିକା ଲତା ମଙ୍ଗେଶକର ମଧ୍ୟ ଧୋନିଙ୍କ ଇସ୍ତଫା ବାବଦରେ ପ୍ରତିକ୍ରିୟା ରଖି କହିଥିଲେ ସେ ଇସ୍ତଫା ନ ଦେଇ ଆଗାମୀ ଦିନରେ ଦେଶ ପାଇଁ କ୍ରିକେଟ୍ ଖେଳିବା ଉଚିତ୍।



from Odisha Reporter https://ift.tt/30s96sY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages