ଗପ୍ଟିଲଙ୍କ ରନ୍‌ ଆଉଟ୍ ମନେ ପକାଇ ଦେଲା ସେଦିନର ଧୋନିଙ୍କ ରନ୍‌ ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 14, 2019

ଗପ୍ଟିଲଙ୍କ ରନ୍‌ ଆଉଟ୍ ମନେ ପକାଇ ଦେଲା ସେଦିନର ଧୋନିଙ୍କ ରନ୍‌ ଆଉଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ଶେଷ ହୋଇଛି ଚଳିତ ବିଶ୍ୱକପ୍‌ର ଫାଇନାଲ୍ ମୁକାବିଲା। ନ୍ୟୁଜିଲ୍ୟାଣ୍ଡକୁ ହରାଇ ପ୍ରଥମ ଥର ପାଇଁ ଚାମ୍ପିଅନ୍‌ ହୋଇଛି ଇଂଲଣ୍ଡ। ଫାଇନାଲ୍‌ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୧ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ମଧ୍ୟ ନିର୍ଦ୍ଧାରିତ ଓଭରରେ ୨୪୧ ରନ୍ କରି ଅଲଆଉଟ୍ ହୋଇ ମ୍ୟାଚ୍ ଟାଇ କରିଥିଲା। ଏହା ପରେ ସୁପର ଓଭର ଖେଳାଯାଇଥିଲା। ଏଥିରେ ଇଂଲଣ୍ଡ ୧୫ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟ ସମାନ ରନ୍ କରି ମ୍ୟାଚ୍ ଟାଇ କରିଥିଲା। ତେବେ ସର୍ବାଧିକ ବାଉଣ୍ଡ୍ରୀ ମାରିବା ଆଧାରରେ ଇଂଲଣ୍ଡକୁ ବିଜୟୀ ଘୋଷଣା କରାଯାଇଥିଲା।

ତେବେ ସୁପର୍‌ ଓଭରରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍‌ ମାର୍ଟିନ୍‌ ଗପ୍ଟିଲଙ୍କ ରନ୍‌ ଆଉଟ୍‌ ପ୍ରଥମ ସେମି ଫାଇନାଲ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ରନ୍ ଆଉଟ୍‌ କଥା ମନେ ପକାଇ ଦେଇଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ମ୍ୟାଚ୍‌ରେ ଭାରତ ପରାଜିତ ହୋଇଥିଲା ଓ ପରାଜୟର ଟର୍ଣ୍ଣିଂ ପଏଣ୍ଟ ଥିଲା ଧୋନିଙ୍କ ରନ୍ ଆଉଟ୍‌। ସେ ରନ୍ ଆଉଟ୍ ହେବା ପରେ ଭାରତର ବିଜୟ ଆଶା ଧୂଳିସାତ୍ ହୋଇଯାଇଥିଲା। ଧୋନିଙ୍କୁ ଆଉ କେହି ନୁହେଁ, ଗପ୍ଟିଲ ହିଁ ରନ୍ ଆଉଟ୍ କରିଥିଲେ। ସେଥିପାଇଁ ଗତକାଲି ସେ ରନ୍ ଆଉଟ୍ ହେବା ପରେ ଭାରତୀୟ ଫ୍ୟାନ୍‌ଙ୍କର ସେଦିନର ମ୍ୟାଚ୍ ମନେ ପଡ଼ିଯାଇଥିଲା।

ଗତକାଲି ସୁପର ଓଭରରେ ଯଦି ଗପ୍ଟିଲ ରନ୍ ଆଉଟ୍ ହୋଇ ନଥା’ନ୍ତେ, ତା’ହେଲେ ନ୍ୟୁଜିଲ୍ୟାଣ୍ଡ ବିଜୟୀ ହୋଇଯାଇଥା’ନ୍ତା। କାରଣ ସୁପର ଓଭର୍‌ର ଶେଷ ବଲ୍‌ରେ ୨ ରନ୍ ଦରକାର ହେଉଥିବା ବେଳେ ଷ୍ଟ୍ରାଇକ୍‌ରେ ଥିଲେ ଗପ୍ଟିଲ୍‌। ସେ ଶେଷ ବଲ୍‌ରେ ୨ ରନ୍ ନେବାକୁ ପ୍ରୟାସ କରିଥିବା ବେଳେ ଦ୍ୱିତୀୟ ରନ୍ ପାଇଁ ଦୌଡୁଥିବା ବେଳେ ରନ୍ ଆଉଟ୍ ହୋଇଥିଲେ। ସେଦିନ ଧୋନି ବି ୨ ରନ୍ ନେବାକୁ ଯାଇ ରନ୍ ଆଉଟ୍ ହୋଇଥିଲେ।

 



from Odisha Reporter https://ift.tt/2jSnk70

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages