ମିଡିଆ-ସେଲିବ୍ରିଟିଙ୍କ ସମ୍ପର୍କ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 12, 2019

ମିଡିଆ-ସେଲିବ୍ରିଟିଙ୍କ ସମ୍ପର୍କ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପରି

ମୁମ୍ବାଇ:  ‍ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ମିଡିଆ ମଧ୍ୟରେ ଚାଲିଥିବା ବିବାଦ କମିବା ନାଁ ଧରୁ ନାହିଁ। ଏହାକୁ ନେଇ ବି ଟାଉନରେ ମଧ୍ୟ ଜୋରସୋର ଗସିପ୍‌ ଚାଲିଛି। ସେଲିବ୍ରିଟି ଓ ମିଡିଆ ମଧ୍ୟରେ ସମ୍ପର୍କ କିପରି ହେବା ଉଚିତ, ସେ ନେଇ  ଆରମ୍ଭ ହୋଇଗଲାଣି ଚର୍ଚ୍ଚା।

ଏ ସମ୍ପର୍କରେ  ନିଜ ମନ୍ତବ୍ୟ ରଖିଛନ୍ତି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ ପରିଣିତି ଚୋପ୍ରା। ଉଭୟ ‘ଜବରିୟା ଯୋଡି’ ଫିଲ୍ମରେ ଏକତ୍ର କାମ କରୁଛନ୍ତି। ଏହାର ଏକ ସଙ୍ଗ ରିଲିଜ ଇଭେଣ୍ଟରେ ଦୁହେଁ ମିଡିଆ ସହ ସେଲିବ୍ରିଟିଙ୍କ ସମ୍ପର୍କ କିପରି ରହିବା ଉଚିତ, ସେ ସମ୍ପର୍କରେ ମନ ଖୋଲି କଥା ହୋଇଥିଲେ।  ସିଦ୍ଧାର୍ଥ କହିଥିଲେ ଯେ, ମିଡିଆ ଓ ସେଲିବ୍ରିଟିଙ୍କ ସମ୍ପର୍କ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ପରି। ଏହା ଏପରି ଏକ ସମ୍ପର୍କ ଯାହା ଦୀର୍ଘ ଦିନ ପର୍ଯ୍ୟନ୍ତ କାଏମ୍‌ ରହିଥାଏ। ଆଉ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା  କଥା କଟାକଟି, ଲଢେଇ, ରାଗିବା, ରୁଷିବା ଏଠାରେ ମଧ୍ୟ ପରିଲକ୍ଷିତ ହୋଇଥାଏ।

ସେ କହିଥିଲେ ଯେ, ମିଡିଆ ଓ ସେଲିବ୍ରିଟିଙ୍କ ସମ୍ପର୍କ ଖୁବ୍‌ ପ୍ରଫେସନାଲ ହେବା ଦରକାର। ଆମେ ସମସ୍ତେ ଏଠାକୁ ନିଜ କାମ କରିବାକୁ ଆସିଛନ୍ତି। ତେଣୁ ଆପୋଷ ବୁଝାମଣା ଠିକ୍‌ ରହିଲେ ହିଁ ଉଭୟ ପକ୍ଷ ସମ୍ପର୍କ ଠିକ୍‌ ରହିବ।

ଏହାପରେ ସେ ମିଡିଆକୁ କହିଥିଲେ ଯେ, ଆମେ ଯେତେବେଳେ କୌଣସି ଇଭେଣ୍ଟରେ ଆପଣଙ୍କୁ ଆମନ୍ତ୍ରିତ କରୁ, ସେତେବେଳେ ଆପଶଙ୍କୁ ଅଭଦ୍ରାମି ବ୍ୟବହାର ପ୍ରଦର୍ଶନ କରିବା ଉଚିତ ନୁହେଁ। ସାମ୍ବାଦିନମାନେ ଯାହା କିଛି ବି ମୋ’ ପିଲ୍ମ ସମ୍ପର୍କରେ ଲେଖିଛନ୍ତି, ସେଥିଲାଗି ମୋର କୌଣସି ଦୁଃଖ ନାହିଁ। ଏହା ସେମାନଙ୍କ କାମର ଏକ ଅଂଶବିଶେଷ।

ସେହିପରି ପରିଣିତି କହିଥିଲେ, ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ମୁଁ ମିଡିଓ ଓ ସେଲିବ୍ରିଟ୍ରିଙ୍କ ବନ୍ଧୁତ୍ୱକୁ ସମ୍ମାନ ଦେଇ ଆସୁଛି। ବେଳେବେଳେ ଆପୋଷ ବୁଝାମଣାରେ ଅଭାବ ହେତୁ ଏହି ସମ୍ପର୍କ ବିଗିଡିଥାଏ। ଏହି ସମ୍ପର୍କରେ ସୁଧାର ଆଣିବା ଲାଗି ବନ୍ଧୁତ୍ୱ ଓ ପ୍ରଫେସନାଲିଜିମ୍‌ ମଧ୍ୟରେ ଆମଙ୍କୁ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ।



from Odisha Reporter https://ift.tt/2JEV5RX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages