ପ୍ରେମିକାଙ୍କ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ଜଣାଇବେ ସ୍ୱରାଜ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 3, 2019

ପ୍ରେମିକାଙ୍କ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ଜଣାଇବେ ସ୍ୱରାଜ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିଶୁ କଳାକାରରୁ ଅଭିନୟ ଦୁନିଆରେ ପାଦ ଥାପିଥିବା ଓଲିଉଡ୍‌ ଅଭିନେତା ଓ ଅଭିନେତ୍ରୀ ହେଉଛନ୍ତି ସ୍ୱରାଜ ଓ ଭୂମିକା। ଏହି ଦୁଇ ଅଭିନେତା ଓ ଅଭିନେତ୍ରୀଙ୍କର ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ ରଜରେ ରିଲିଜ୍‌ ହୋଇଛି। ଫିଲ୍ମଟିକୁ ଦର୍ଶକମାନେ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। ନିକଟରେ ଦୁହେଁ ଓଟିଭିର ‘ଗପସପ’ କାର୍ଯ୍ୟକ୍ରମକୁ ଆସିଥିଲେ। ଆଉ ଏଥିରେ ଆଲୋଚନା ବେଳେ ସ୍ୱରାଜଙ୍କ ‘ପ୍ରେମିକା’ କଥା ପଡ଼ିଥିଲା। ଏହି ସମୟରେ ସେ କହିଥିଲେ ଯେ, ପ୍ରେସ୍‌ ମିଟ୍ କରି ପ୍ରେମିକାଙ୍କ ବିଷୟରେ ସୂଚନା ଦେବେ।

ଏ ବିଷୟ ସେତେବେଳେ ଆଲୋଚନା ପରିସରକୁ ଆସିଲା ଯେତେବେଳେ ସେ ତାଙ୍କର ତିନୋଟି ସିକ୍ରେଟ୍‌ ମଧ୍ୟରୁ ଶେଷ ସିକ୍ରେଟ୍‌ କଥା କହିଥିଲେ। ସେ କହିଥିଲେ, “ଟିକେ ଭଲ ପାଇବା ଦରକାର”।

ତା’ପରେ ଶୋ’ର ଉପସ୍ଥାପିକା ତାଙ୍କୁ ପଚାରିଥିଲେ, ତା’ହେଲେ କ’ଣ ସ୍ୱରାଜଙ୍କ ଜୀବନରେ କେହି ‘ସ୍ପେଶାଲ୍‌’ ଅଛନ୍ତି? ଏହାର ଉତ୍ତରରେ ସ୍ୱରାଜ କହିଥିଲେ ଯେ ତାଙ୍କ ଜୀବନରେ କେହି ସ୍ପେଶାଲ୍ ନାହାନ୍ତି। ଯଦି କେବେ ହେବେ ତା’ହେଲେ ଅଫିସିଆଲି ଜଣାଇବି। ଏମିତିକି ପ୍ରେସ୍‌ମିଟ୍‌ କରି ଜଣାଇ ଦେବେ ବୋଲି ସେ ହସି ହସି କହିଥିଲେ।

ଶୋ’ରେ ସ୍ୱରାଜ ତାଙ୍କର ଆଉ ଯେଉଁ ଦୁଇଟି ସିକ୍ରେଟ୍ ବିଷୟରେ କହିଥିଲେ, ସେଗୁଡ଼ିକ ହେଉଛି- ସେ ଲୁଣ ଖାଆନ୍ତି ନାହିଁ। ସେହିଭଳି ସେ ବିନା ପାନିଆରେ ରହିପାରନ୍ତି ନାହିଁ। ସବୁ ସ୍ଥାନରେ ତାଙ୍କର ପାନିଆ ଦରକାର ହୋଇଥାଏ।

ସ୍ୱରାଜଙ୍କ ଭଳି ଭୂମିକା ମଧ୍ୟ ତାଙ୍କର ତିନୋଟି ସିକ୍ରେଟ୍ କଥା କହିଥିଲେ। ସେ କହିଥିଲେ,“ମୁଁ ଓଡ଼ିଶୀ ଡ୍ୟାନ୍ସ ବିନା ରହିପାରିବି ନାହିଁ। ଏହା ମୋର ପ୍ୟାସନ୍‌। ସେହିଭଳି ଲିପ୍‌ଷ୍ଟିକ୍‌ ମୋର ଅତିପ୍ରିୟ। ଯେଉଁଠିକୁ ଗଲେ ଲିପ୍‌ଷ୍ଟିକ୍ ନେଇଯାଏ।”

ଭୂମିକାଙ୍କ ତୃତୀୟ ସିକ୍ରେଟ୍ କଥା ହେଉଛି ଯେ ସେ ବହି ପଢ଼ିବାକୁ ଭଲ ପାଆନ୍ତି। ଖାଲି ଟାଇମ୍‌ରେ ବୋର୍ ହେବା ଅପେକ୍ଷା ବହି ପଢ଼ିବା ଭଲ ବୋଲି ସେ କହିଥିଲେ।

ଭୂମିକା ଓ ସ୍ୱରାଜଙ୍କ ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ ବାରିପଦା ଓ ଆଣ୍ଡାମାନ୍‌ରେ ଶୁଟିଂ ହୋଇଥିଲା। ‘ତୁ ମୋ ଲଭ୍‌ ଷ୍ଟୋରୀ’ ଫିଲ୍ମ ହେବାର ଦୁଇ ବର୍ଷ ପରେ ଏହି ରଜରେ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ ରିଲିଜ୍‌ ହୋଇଥିଲା।



from Odisha Reporter https://ift.tt/2JgoCRC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages