ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗ୍ରହୀ ଅଛନ୍ତି। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସହ ହ୍ୱାଇଟ ହାଉସରେ ଆଲୋଚନା ବେଳେ ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ।
ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ବେଳେ ଇମ୍ରାନ୍ ଖାନ୍ କାଶ୍ମୀର ପ୍ରସଙ୍ଗକୁ ଉଠାଇଥିଲେ। ତେବେ ଟ୍ରମ୍ପ କହିଥିଲେଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କାଶ୍ମୀର ପ୍ରସଙ୍ଗରେ ସହାୟତା ପାଇଁ ତାଙ୍କୁ କହିଥିଲେ। ଯଦି ଏହି ବିବାଦର ସମାଧାନ ପାଇଁ ମୋତେ ମଧ୍ୟସ୍ଥତାର ସୁଯୋଗ ମିଳେ,ତାହେଲେ ମୁଁ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି ।
ତେବେ ଭାରତ କିନ୍ତୁ କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପକୁ ବିରୋଧ କରିଆସୁଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ଙ୍କ ସହ ଆମେରିକା ରାଷ୍ଟ୍ରପତିଙ୍କ ଜଏଣ୍ଟ ଷ୍ଟେଟମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛି ବୈଦେଶିକ ମନ୍ତ୍ରାଳୟ।
କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟସ୍ଥତା କରିବା ପାଇଁ କହିଥିବା କଥାକୁ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ଖଣ୍ଡନ କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି, ସୀମାରେ ଆତଙ୍କବାଦ ବନ୍ଦ ନ ହେଲେ ପାକିସ୍ତାନ ସହ କୌଣସି ଦ୍ୱିପାକ୍ଷିକ ଆଲୋଚନା ହେବ ନାହିଁ।
from Odisha Reporter https://ift.tt/2JVB1uU
No comments:
Post a Comment