ଆମ୍ବ ପତ୍ର ଶରୀରକୁ ଦେଇଥାଏ ଅନେକ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 7, 2019

ଆମ୍ବ ପତ୍ର ଶରୀରକୁ ଦେଇଥାଏ ଅନେକ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ୍ବକୁ ଫଳର ରାଜା ବୋଲି  କୁହାଯାଏ। ଆମ୍ବ ଖାଇବାକୁ  ଖୁବ୍‌ ଭଲ ଲାଗୁଥିବା ବେଳେ ସବୁ ପୂଜା ପର୍ବରେ ଏହାର ପତ୍ର ଖୋଜାପଡେ। କାରଣ ହିନ୍ଦୁ ଶାସ୍ତ୍ରରେ ଏହାକୁ ଶୁଭ ବୋଲି ଧରାଯାଏ। ଆପଣ ଆମ୍ବ ପତ୍ର ବିଷୟରେ ଆଉ ଗୋଟେ କଥା ଜାଣିଛନ୍ତି କି? ଏହା ଆମ ଶରୀରକୁ ଅନେକ ଫାଇଦା ଦେଇଥାଏ। ଏଥିରେ ଭିଟାମିନ୍‌-ଏ, ବି ଏବଂ ସି ଭରପୁର୍‌ ମାତ୍ରାରେ ରହିଛି। ଆମ୍ବ ପତ୍ରରେ ଏପରି ଔଷଧିୟ ଗୁଣ ରହିଛି ଯାହାକୁ ବ୍ୟବହାର ଦ୍ୱାରା ଆପଣ ସୁଗାର ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଆସ୍ଥମା ରୋଗୀଙ୍କ ପାଇଁ ଆମ୍ବ ପତ୍ର ବହୁତ ଫାଇଦା ଦେଇଥାଏ। ଆମ୍ବ ପତ୍ରର କାଢ଼ା ତିଆରି କରି ପିଇଲେ ଆସ୍ଥମା ରୋଗୀଙ୍କୁ ବହୁତ ଲାଭ ମିଳିଥାଏ।

ଅନେକ ଥର ରୋଷେଇ କଲା ବେଳେ ହାତ ଜଳି ଯାଇ ପୋଡ଼ିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଆମ୍ବ ପତ୍ରର ଅଙ୍ଗାର ସଙ୍ଗେସଙ୍ଗେ ପୋଡ଼ା ଜାଗାରେ ଲଗାଇ ଦିଅନ୍ତୁ।

ଢକାର ହେଉଥିଲେ ଆଉ ଏହା ବନ୍ଦ ହେବାର ନାଁ ନ ନେଉଥିଲେ ଆପଣ ଆମ୍ବ ପତ୍ରକୁ ବ୍ୟବହାର କରି ଢକାର ବନ୍ଦ କରି ପାରିବେ। ଆମ୍ବ ପତ୍ରକୁ ପାଣିରେ ଫୁଟାଇ ଦିଅନ୍ତୁ। ଥଣ୍ଡା ହେଲା ପରେ ଏହାକୁ କୁଳି କରନ୍ତୁ। ଏହା ଆପଣଙ୍କ ଢକାରକୁ ବନ୍ଦ କରିଦେବ।

କିଡନୀରେ ହୋଇଥିବା ଷ୍ଟୋନ୍‌ ମଧ୍ୟ ଆମ୍ବ ପତ୍ର ଦ୍ୱାରା ଭଲ ହୋଇଥାଏ। ଆମ୍ବ ପତ୍ରକୁ ଶୁଖାଇ ଗୁଣ୍ଡ କରିଦିଅନ୍ତୁ। ଏହାକୁ ଆପଣ ପାଣିରେ ମିଶାଇ ପିଅନ୍ତୁ। କିଛି ଦିନରେ ଆପଣଙ୍କୁ କିଡନୀ ଷ୍ଟୋନ୍‌ ସମସ୍ୟାରୁ ମୁକ୍ତି ମିଳିବ।

ବ୍ଲଡ୍‌ ପ୍ରେସର୍‌ ସମସ୍ୟା ଥିଲେ ଆପଣ ଆମ୍ବ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ଗାଧୋଇବା ପାଣିରେ ମିଶାଇ ଗାଧାନ୍ତୁ। ଏହା ଦ୍ୱାରା ବ୍ଲଡ୍‌ ପ୍ରେସର୍‌ ସମସ୍ୟା ଦୂର ହେବ।



from Odisha Reporter https://ift.tt/2ND2w1l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages