ଟିମ୍ ଇଣ୍ଡିଆର ୧୦ଟି ବଡ଼ ଭୁଲ ୮ ବର୍ଷର ସ୍ୱପ୍ନକୁ ଧୂଳିସାତ୍ କଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 10, 2019

ଟିମ୍ ଇଣ୍ଡିଆର ୧୦ଟି ବଡ଼ ଭୁଲ ୮ ବର୍ଷର ସ୍ୱପ୍ନକୁ ଧୂଳିସାତ୍ କଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇସିସି ବିଶ୍ୱକପ ଆରମ୍ଭରୁ ଚଳିତଥରର ବିଶ୍ୱକପ୍ ବିଜେତା ଭାବରେ ପ୍ରବଳ ଦାବିଦାର ଭାରତ ବୋଲି ଦାବି ହୋଇଆସୁଥିଲା। କିନ୍ତୁ ସେମିଫାଇନାଲ ମୁକାବିଲାରେ କିଛି ନିଷ୍ପତ୍ତି ଦଳକୁ ଦୀର୍ଘ ୮ ବର୍ଷର ସ୍ୱପ୍ନକୁ ଧୂଳିସାତ୍ କରି ଦେଇଛି। କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ଶେଷରେ ନ୍ୟୁଜିଲ୍ୟାଣ୍ଡ ପାଖରୁ ୧୮ ରନରେ ହାରି ଚଳିତ ବିଶ୍ୱକପ୍ ଅଭିଯାନ ଶେଷ କରିଛି।

୧୦ଟି ଭୁଲ୍ ନିଷ୍ପତ୍ତି

  • ଟସ୍ ହାରିବା ପରେ ପ୍ରଥମ ଓଭରରେ ଭୁବନେଶ୍ୱର କୁମାର ଏଲବିଡବ୍ଲ୍ୟୁ ଅପିଲ୍ କରିଥିଲେ। କିନ୍ତୁ ଡିଆରଏସ ନେବା ପରେ ଜଣାପଡ଼ିଥିଲା ବଲଟି ଷ୍ଟମ୍ପଟିକୁ ହିଟ୍ କରୁନଥିଲା। ଯଦି ଡିଆରଏସ ଥାନ୍ତା ତାହାଲେ ଠିକ୍ ସମୟରେ ଏହି ଡିଆରଏସକୁ ନିଆଯାଇ ପାରିଥାନ୍ତା।
  • ସେମିଫାଇନାଲ ମୁକାବିଲାରେ ପ୍ରଥମେ ବୋଲିଂ କରୁଥିବା ଭାରତ ଅନେକ ରନ୍ ଆଉଟ୍ ଛାଡ଼ିଛି। ଯେଉଁଥିରେ ନିଜେ ଅଧିନାୟକ କୋହଲି, ଜାଡେଜା ରହିଛନ୍ତି। ସେହିପରି ବୋଲର ଚହଲଙ୍କ ଖରାପ ଫିଲ୍ଡିଂ ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
  • ୪୪ଓଭର ବେଳେ ଚହଲ ଗୋଟିଏ ଓଭରରେ ୧୮ ରନ୍ ଦେଇଥିଲେ। ଯାହାକି ଦଳ ପାଇଁ ଭାରି ପଡ଼ିଥିବା ବେଳେ ଅନ୍ତିମ ଓଭର ବେଳେ ନ୍ୟୁଜିଲ୍ୟାଣ୍ଡ ଟିମକୁ ଆତ୍ମବିଶ୍ୱାସ ଯୋଗାଇଥିଲା। ୪୪ ଓଭର ବେଳକୁ ୪ଟି ଓ୍ୱିକେଟ୍ ହରାଇଥିବା କିଓ୍ୱି ଟିମ୍ ୭ ଓଭରରେ ୬୦ ରନ୍ କରିବାରେ ସଫଳ ହୋଇଥିଲେ।
    ଦଳ ସେମିଫାଇନାଲ ମ୍ୟାଚରେ ୫ଟି ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ୪ଟି ମ୍ୟାଚରେ ୧୪ଟି ଓ୍ୱିକେଟ୍ ନେଇଥିବା ବୋଲର ମହମ୍ମଦ ସାମି କିନ୍ତୁ ସେମିଫାଇନାଲ ମୁକାବିଲାରେ ସାମିଲ୍ ହୋଇନଥିଲେ। ଯାହାର ପ୍ରଭାବ ଦେଖିବାକୁ ମିଳିଛି।
  • ଚହଲ ୧୦ ଓଭରରେ ୬୩ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୦ ଓଭରରେ ୫୫ ରନ୍ ଦେଇଥିଲେ। ଯଦି ୬ ନମ୍ୱର ବୋଲର ରହିଥାନ୍ତେ ତାହେଲେ ୪.୭୮ ଷ୍ଟ୍ରାଇକ ରେଟରେ ଚାଲୁଥିବା ନ୍ୟୁଜିଲ୍ୟାଣ୍ଡ୍ ଏତେଟା ଭଲ ସ୍କୋର କରି ପାରିନଥାନ୍ତା।
  • ଦଳର ଓପନିଂ ଯୋଡ଼ିରୁ ଆରମ୍ଭ କରି ପରବର୍ତ୍ତୀ ବ୍ୟାଟସମ୍ୟାନ୍ ସମ୍ପୂର୍ଣ୍ଣ ଫେଲ୍ ମାରିଲେ। ୫ ରନରେ ୩ଟି ଓ୍ୱିକେଟ ହରାଇଥିଲା ଭାରତ। ଏଥିସହ ପ୍ରଥମ ୩ ବ୍ୟାଟସମ୍ୟାନ୍ ୧ ରନ୍ ଲେଖାଏଁ କରିଥିଲେ। ସେହିପରି ଚତୁର୍ଥ ଓ୍ୱିକେଟ୍ ଭାରତ ୨୫ ରନରେ ହରାଇଥିଲା। ଯାହାକି ଦଳର ଆତ୍ମବିଶ୍ୱାସ ଉପରେ ବ୍ରେକ୍ ଲଗାଇଥିଲା।
  • ୨୪୦ ରନର ପିଛା କରୁଥିବା ଭାରତ ୨୪ ରନରେ ୪ଟି ଓ୍ୱିକେଟ ହରାଇଥିଲା। ଏହାପରେ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ ୪୭ ରନ୍ କରିଥିଲେ। ହେଲେ ଭୁଲ ସଟ୍ ଖେଳି ଋଷଭ ପନ୍ତ ବାଉଣ୍ଡ୍ରି ପାଖରେ କ୍ୟାଚ୍ ଆଉଟ୍ ହୋଇଥିଲେ। ପନ୍ତ କ୍ରିଜରେ ପ୍ରାୟତଃ ପ୍ରତିପକ୍ଷ ଟିମର ସମସ୍ତ ବୋଲରଙ୍କୁ ଖେଳି ସାମ୍ନା କରିସାରିଥିବା ବେଳେ ଏଭଳି ଭୁଲ୍ ସଟ୍ ଖେଳିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
  • ଏହାପରେ ପାଣ୍ଡ୍ୟା ମଧ୍ୟ ରନ୍ କରିବା ଲକ୍ଷ୍ୟରେ ଭୁଲ ସଟ୍ ଖେଳି କ୍ୟାଟ୍ ଆଉଟ୍ ହୋଇ ନିଜ ଓ୍ୱିକେଟ୍ ହରାଇଥିଲେ। ପାଣ୍ଡ୍ୟା ଯେତେବେଳେ ଆଉଟ୍ ହେଲେ ସେତେବେଳେ ଭାରତକୁ ୧୧୮ ବଲରେ ୧୪୮ରନର ଆବଶ୍ୟକତା ଥିଲା।
  • ବିଶ୍ୱକପରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହୋଇଥିବା ମହେନ୍ଦ୍ର ସିଂହ ଧୋନି ସେମିଫାଇନାଲ ମ୍ୟାଚରେ ମଧ୍ୟ ରନ୍ କରିବାରେ ସଫଳ ହୋଇନଥିଲେ। ୭୨ଟି ବଲ୍ ଖେଳି ସେମିଫାଇନାଲ୍ ମୁକାବିଲାରେ ୫୦ ରନ୍ କରିଥିଲେ ଧୋନି। ଏହାର ପ୍ରଭାବ ଜାଡେଡାଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଜାଡେଜା ମଧ୍ୟ ବହୁତ୍ କମ୍ ସମୟ ହାତ ଖୋଲି ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ। ଏହାପରେ ବଡ ସଟ୍ ଖେଳିବାକୁ ଯାଇ କ୍ୟାଚ୍ ଆଉଟ୍ ହୋଇଥିଲେ। ଓ୍ୱିକେଟ୍ ମଧ୍ୟରେ ରନ୍ ନେବାରେ ଓସ୍ତାଦ୍ ଖେଳାଳି ଧୋନି ରନ୍ ଆଉଟର ଶିକାର ହୋଇଥିଲେ। ଯାହାକି ବିଶ୍ୱକପ୍ ଆଶାକୁ ଧୂଳିସାତ୍ କରି ଦେଇଥିଲା।
  • ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ମ୍ୟାଚ ଜିତିବା ପାଇଁ ୪.୭୮ ରନ୍ ରେଟର ଆବଶ୍ୟକତା ଥିଲା ଭାରତ ପାଇଁ। କିନ୍ତୁ ବାରମ୍ୱାର ଓ୍ୱିକେଟ୍ ହରାଇବା ଦଳର ରନ୍ ରେଟ୍ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବ ପକାଇଥିଲା।


from Odisha Reporter https://ift.tt/2S7Hwye

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages