ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁର ଗାଁର ରବି ପ୍ରଧାନଙ୍କୁ ହତ୍ୟା ପରେ ପୋଡ଼ି ଦେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣ ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ହେଲେ ଗୋତିସାହି ପଞ୍ଚାୟତର ସରପଞ୍ଚଙ୍କ ପୁଅ ଜ୍ୟୋର୍ତିମୟ ମହାନ୍ତି ଓରଫ କାଳୁ। ପୂର୍ବରୁ ଏହି ଘଟଣାରେ ପୁଲିସ ବାଳକୃଷ୍ଣ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଥିଲା।
ଗତ ଜୁନ୍ ୧୪ତାରିଖରେ ରବି ନିଖୋଜ ହୋଇଯାଇଥିଲେ। ୧୫ ତାରିଖରେ ରବିଙ୍କ ମାଆ ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ। ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଅପହରଣ କରାଯାଇଥିବା ସେ ଏତଲାରେ ଦର୍ଶାଇଥିଲେ। ପୁଲିସ ଏହି ଘଟଣାରେ ଜୁଲାଇ ୪ ତାରିଖରେ ଜାମୁଝୋଲା ଗାଁର ବାଳକୃଷ୍ଣକୁ ଗିରଫ କରିଥିଲା। ପୁଲିସ୍ ତାକୁ ପଚରାଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ରବିଙ୍କୁ ଅପହରଣ ପରେ ହତ୍ୟା କରି ଜଙ୍ଗଲରେ ପୋଡ଼ି ଦେଇଥିବା ବାଳକୃଷ୍ଣ ପୁଲିସକୁ କହିଥିଲା।
ପୁଲିସ୍ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳରୁ ରବିଙ୍କ କଙ୍କାଳ ଉଦ୍ଧାର କରିଥିଲା। ସତ୍ୟତା ଜାଣିବା ପାଇଁ ଡିଏନ୍ଏ ପରୀକ୍ଷା ପାଇଁ ପଠାଇଥିଲା। ପୂର୍ବରୁ ମଧ୍ୟ ରବିଙ୍କ ପରିବାରକୁ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗରେ ଏମାନଙ୍କୁ ପୋଲିସ ଗିରଫ କରିଥିଲା।
from Odisha Reporter https://ift.tt/2YXdEXV
No comments:
Post a Comment