କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ତୃତୀୟ ରାଉଣ୍ଡ ଭୋଟ ଗଣତି ସରିଯାଇଛି। ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ୬୩୩୭ ଭୋଟରେ ଆଗୁଆ ଅଛି। ଏହି ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୧୯, ୦୫୦ ଭୋଟ ମିଳିଛି। ବିଜେପିର ବିଜୟ ମହାପାତ୍ର ୧୨, ୭୧୩ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି, ୫୭୬ ଭୋଟ ପାଇଥିବା ଜଣାଯାଇଛି।
ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ୩,୪୨୬ ଭୋଟରେ ଆଗୁଆ ଥିଲା। ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କଠାରୁ ୨୯୨୭ ଭୋଟରେ ପଛରେ ଥିଲେ।
ପ୍ରଥମ ରାଉଣ୍ଡରେ ସାବିତ୍ରୀ ଅଗ୍ରୱାଲଙ୍କୁ ୬୭୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ବିଜୟ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୨୨୭ ଖଣ୍ଡ ଭୋଟ୍ ପାଇଥିଲେ ।
ଏଠାରେ ପ୍ରତିଦ୍ୱନ୍ଦିତା ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି। ଏହି ସିଟ୍ରେ ଜିତିବା ବିଜେଡି ଲାଗି ସମ୍ମାନର ପ୍ରଶ୍ନ ହୋଇଉଠିଛି। ଅପରପକ୍ଷେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ରାଜନୈତିକ କ୍ୟାରିଅର ଲାଗି ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବ।
କେନ୍ଦ୍ରାପଡ଼ା ସ୍ୱଂୟ ଶାସିତ କଲେଜରେ ଭୋଟ୍ ଗଣତି ଚାଲିଛି। ଭୋଟ୍ ଗଣତି ପାଇଁ ୧୮ଟି ଟେବୁଲର ବ୍ୟବସ୍ଥା କରାଯାଇଛି।
from Odisha Reporter https://ift.tt/2JLhPRn
No comments:
Post a Comment