କଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା ଗ୍ରହଣ କରାଯିବ ନାହିଁ: ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 22, 2019

କଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା ଗ୍ରହଣ କରାଯିବ ନାହିଁ: ଭାରତ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଵୀଶ କୁମାର ଟ୍ୱିଟ୍‌ କରି ସ୍ପଷ୍ଟ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ବି ଏନେଇ ଟ୍ରମ୍ପଙ୍କୁ କିଛି କହି ନାହାନ୍ତି। କଶ୍ମୀର ପ୍ରସଙ୍ଗ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ କାହାରି ମଧ୍ୟସ୍ଥତାକୁ ଭାରତ କେବେ ବି ଗ୍ରହଣ କରିବ ନାହିଁ।’

କେବଳ ପାକିସ୍ତାନ ପଟୁ ସୀମା ପାର ଆତଙ୍କବାଦ ବନ୍ଦ ହେଲେ ହିଁ ଏହି ଦ୍ୱିପାକ୍ଷିକ ଆଲୋଚନା ସମ୍ଭବ ବୋଲି ରଵୀଶ କୁମାର ଟ୍ୱିଟ୍ କରି ଜଣାଇଛନ୍ତି। ସିମ୍‌ଲା ଚୁକ୍ତି ଓ ଲାହୋର ରାଜିନାମାରେ ସମସ୍ୟା ସମାଧାନର ବ୍ୟବସ୍ଥା ରହିଛି। ଏଣୁ ପ୍ରଧାନମନ୍ତ୍ରୀ ଆଦୌ ଏନେଇ ଟ୍ରମ୍ପଙ୍କୁ ମଧ୍ୟସ୍ଥତା କରିବାକୁ କହିନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।’

ଅନ୍ୟପକ୍ଷରେ ଟ୍ରମ୍ପଙ୍କ ବିବୃତିକୁ ପ୍ରତିରକ୍ଷା ବିଶେଷଜ୍ଞମାନେ ନିନ୍ଦା କରିଛନ୍ତି। ଆମେରିକା ଭଳି ରାଷ୍ଟ୍ରର ମୁଖ୍ୟଙ୍କ ମୁହଁରେ ଏଭଳି ମିଛ କଥା ଶୋଭା ପାଏନି ବୋଲି ବିଶେଷଜ୍ଞମାନେ କହିଛନ୍ତି। ପାକିସ୍ତାନର ପୂର୍ବତନ ଆମେରିକା ରାଷ୍ଟ୍ରଦୂତ ହୁସେନ ହକ୍କାନି ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି। ଦକ୍ଷିଣ ଏସିଆର ସମସ୍ୟା ସଂପର୍କରେ ଟ୍ରମ୍ପ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସହ ଗତକାଲି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଟ୍ରମ୍ପ। ଏହି ସମୟରେ ଟ୍ରମ୍ପ କହିଥିଲେ, କଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କରିବା ଲାଗି ମୋଦି ତାଙ୍କୁ କହିଥିଲେ। ତେବେ ତାଙ୍କୁ ଯଦି ଏ ସୁଯୋଗ ମିଳେ ସେ ଖୁସି ହେବେ ବୋଲି ଟ୍ରମ୍ପ ଇମ୍ରାନଙ୍କୁ କହିଥିଲେ।



from Odisha Reporter https://ift.tt/2Y9z7Mj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages