ପଡ଼ି ରହିଥିବା ବାଳ ଅପରାଧିକ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 17, 2019

ପଡ଼ି ରହିଥିବା ବାଳ ଅପରାଧିକ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ହେବ

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ର ସରକାର ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ କରିବେ। ଦେଶରେ ଛୋଟ ପିଲାଙ୍କ ବିରୋଧରେ ପଡ଼ି ରହିଥିବା ୧.୬ ଲକ୍ଷ ଅପରାଧିକ ମାମଲାର ବିଚାର କରିବ ଏହି କୋର୍ଟ। ଏଥିସହ ପୋକ୍ସ ଆକ୍ଟକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଗତକାଲି ରାଜ୍ୟସଭାରେ କହିଛନ୍ତି ଗୃହ ରାଜ୍ୟମନ୍ତ୍ରୀ ଜି କିଶାନ ରେଡ୍ଡୀ।

ଖୁବଶୀଘ୍ର ଏହି ଦୁଇଟି ପ୍ରସଙ୍ଗ କ୍ୟାବିନେଟ ମିଟିଂରେ ଆଗତ ହେବ ବୋଲି ଗୃହ ରାଜ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମେ ଫାଷ୍ଟଟ୍ରାକ କୋର୍ଟ ମାଧ୍ୟମରେ ପଡ଼ି ରହିଥିବା ମାମଲା ଗୁଡ଼ିକରେ ବିଚାର ହେବ। ଏହାପରେ ପୋକ୍ସ ଆକ୍ଟକୁ ସଂଶୋଧନ କରାଯାଇ ଆହୁରି ମଜଭୁତ କରାଯିବ ବୋଲି ପ୍ରଶ୍ନକାଳରେ ସେ କହିଛନ୍ତି। ଦୁଇ ବର୍ଷ ମଧ୍ୟରେ ଏହି ସମସ୍ତ ମାମଲା ବିଚାର ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।



from Odisha Reporter https://ift.tt/2XWrAA7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages