ଗର୍ଭାବସ୍ଥାରେ କେଉଁ ଖାଦ୍ୟରୁ ଦୂରେଇ ରହିବା ଉଚିତ ଜାଣିଛନ୍ତି କି?   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 5, 2019

ଗର୍ଭାବସ୍ଥାରେ କେଉଁ ଖାଦ୍ୟରୁ ଦୂରେଇ ରହିବା ଉଚିତ ଜାଣିଛନ୍ତି କି?  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗର୍ଭାବସ୍ଥା ମହିଳାମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ମା’ ହେବା ପରେ ହିଁ ନାରୀ ଜୀବନରେ ପୂର୍ଣ୍ଣତା ଆସିଥାଏ।   ତେଣୁ ଏହି ସମୟରେ ମହିଳାମାନଙ୍କୁ ନିଜ ଶରୀର ସୁସ୍ଥ ରଖିବାକୁ ପ୍ରାଥମିକତା ଦେବା ଆବଶ୍ୟକ। ସନ୍ତୁଳିତ ଆହାର ଗ୍ରହଣ କରିବାକୁ ଗୁରୁତ୍ୱ ଦେବା ସହ ତେଲମସଲା, ଫାଷ୍ଟଫୁଡ, ନିଶାଠାରୁ ଦୂରେଇ ରହିବା ଆବଶ୍ୟକ।

ଏପରି କିଛି ଖାଦ୍ୟ ଅଛି ଯାହାକୁ ଗର୍ଭାବସ୍ଥାରେ ଖାଇବାକୁ ବାରଣ କରାଯାଇଥାଏ। ଏହାକୁ ନ ମାନିଲେ ପ୍ରଭାବ ସିଧା ଆପଣଙ୍କ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ପଡିପାରେ। ପରିସ୍ଥିତି ଏପରି ହୋଇପାରେ ଯେ, ଆପଣଙ୍କୁ ସାରା ଜୀବନ ପଶ୍ଚାତାପ କରିବାକୁ ପଡିପାରେ।

ଏହି ସମୟରେ ଠିକ୍ ଖାଦ୍ୟ ଚୟନ ନ କଲେ ଗର୍ଭପାତ ବି ହୋଇପାରେ। ଏଥିଲାଗି କିଛି ଖାଇବା ପୂର୍ବରୁ ଏହା ସମ୍ପର୍କରେ ସବୁ ତଥ୍ୟ ଯୋଗାଡ କରନ୍ତୁ। ଆସନ୍ତୁ ଜାଣିବା, ଗର୍ଭାବସ୍ଥାରେ କେଉଁ ଖାଦ୍ୟ ଖାଇବା ଅନୁିଚିତ।

 କଞ୍ଚା ଅମୃତଭଣ୍ଡା: ସାଧାରଣରେ ଆମେ ଜାଣିଥାଉ ଯେ, ଅମୃତଭଣ୍ଡା ସ୍ୱାସ୍ଥ୍ୟ ଲାଗି ଭଲ। କିନ୍ତୁ ଗର୍ଭାବସ୍ଥା ସମୟରେ ଏହାକୁ ଖାଇବାରୁ ନିବୃତ ରୁହନ୍ତୁ।  ଘରର ବଡ଼ବଡ଼ମାନେ ମଧ୍ୟ ଏହାକୁ ଖାଇବାକୁ ବାରଣ କରିଥାନ୍ତି । ଏହାକୁ ଖାଇବା ଦ୍ୱାରା ଗର୍ଭପାତର ଆଶଙ୍କା ବଢିଯାଏ

ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ : ଗର୍ଭାବସ୍ଥାରେ  ମହିଳାମାନେ ନିଶାଦ୍ରବ୍ୟ  ସେବନ କଲେ , ଗର୍ଭରେ ଥିବା ଛୁଆର ବିକାଶ ବାଧାପ୍ରାପ୍ତ ହୋଇଥାଏ। ଏହି ସମୟରେ ମଦର ଗୋଟିଏ ବି ବିନ୍ଦୁ ଶିଶୁ ଲାଗି ହାନିକାରକ ସାବ୍ୟସ୍ତ ହୁଏ।

ଅଧିକ ଲୁଣ ଖାଇବାରୁ ଦୂରେଇ ରୁହନ୍ତୁ: ସାଧାରଣ ଲୋକଙ୍କୁ ମଧ୍ୟ ସବୁବେଳେ କମ୍‌ ଲୁଣ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେଣୁ ଗର୍ଭାବସ୍ଥା ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥିବାରୁ, ଏହି ସମୟରେ ମଧ୍ୟ ଖାଦ୍ୟରେ ଅଧିକ ଲୁଣ ସେବନ କରିବା ଉଚିତ ନୁହେଁ। ଏହାଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଅଧିକ ଦେଖା ଦେଇଥାଏ। ଗର୍ଭାବସ୍ଥାରେ ଏହା କେବଳ ରକ୍ତଚାପ ବଢାଇ ନ ଥାଏ, ଚେହେରା, ହାତ, ପେଟରେ ମଧ୍ୟ ଏଥିଯୋଗୁ କୁଣ୍ଡାଇ ହୋଇଥାଏ।

 



from Odisha Reporter https://ift.tt/2JpT38k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages