ସୋନିଆ ଓ ରାହୁଲଙ୍କୁ ହଟାଇ ମମତାଙ୍କ ନେତୃତ୍ୱରେ ତୃଣମୂଳ, ଏନସିପି ଏକାଠି ହୁଅନ୍ତୁ : ସୁବ୍ରମଣ୍ୟନ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 11, 2019

ସୋନିଆ ଓ ରାହୁଲଙ୍କୁ ହଟାଇ ମମତାଙ୍କ ନେତୃତ୍ୱରେ ତୃଣମୂଳ, ଏନସିପି ଏକାଠି ହୁଅନ୍ତୁ : ସୁବ୍ରମଣ୍ୟନ ସ୍ୱାମୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ ସ୍ୱାମୀ ନିଜ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଜି ସକଳେ ଟ୍ୱିଟ୍ କରି ଶ୍ରୀ ସ୍ୱାମୀ କହିଛନ୍ତି ଯଦି ଗୋଆ, କର୍ଣ୍ଣାଟକା ଭଳି ସମସ୍ତ ନେତା ବିଜେପିରେ ମିଶିଯିବେ ତାହେଲେ ଆଗାମୀ ଦିନରେ ଦେଶର ଲୋକତନ୍ତ୍ର ଦୁର୍ବଳ ହୋଇଯିବ। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଏନସିପି ନେତାଙ୍କୁ ଟ୍ୱିଟ୍ ଯୋଗେ ପରାମର୍ଶ  ଦେଇ ସେ କହିଛନ୍ତି, କଂଗ୍ରେସ ଓ ସେଥିରୁ ଉଦ୍ଭବ ତୃଣମୂଳ କଂଗ୍ରେସ ଓ ଜାତୀୟବାଦୀ କଂଗ୍ରେସ ପାର୍ଟି ( ଏନସିପି ) ଏକାଠି ହୋଇ ସୋନିଆ ଓ ରାହୁଲଙ୍କୁ ସେମାନଙ୍କ ପଦବୀରୁ ହଟାଇବା ଦରକାର। ଏହାପରେ ସେମାନେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକ ବୃହତ ଏବଂ ଶକ୍ତିଶାଳୀ କଂଗ୍ରେସ ଗଢ଼ିବା ଦରକାର।

ସୂଚନାଯୋଗ୍ୟ, ଗୋଆ, କର୍ଣ୍ଣାଟକାରେ ବିରୋଧୀ ବିଧାୟକ ବିଜେପିରେ ସାମିଲ୍ ହେଉଛନ୍ତି। ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ବିରୋଧୀ କହୁଥିବା ବେଳେ ନିଜ ଦଳର ନେତା ସୁବ୍ରମଣ୍ୟନଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।


from Odisha Reporter https://ift.tt/2JChXSa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages