ଘରୁ ବାସ୍ତୁଦୋଷ ଦୂର କରିବାର ୪ଟି ସହଜ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 27, 2019

ଘରୁ ବାସ୍ତୁଦୋଷ ଦୂର କରିବାର ୪ଟି ସହଜ ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁ ଦୋଷ ଯୋଗୁଁ ଘରେ ଅନେକ ସମସ୍ୟା ଦେଖା ଦେଇଥାଏ। ପରିବାରରେ ଅଶାନ୍ତି, କାର୍ଯ୍ୟରେ ବିଫଳତା ସହିତ ଯେତେ ରୋଜଗାର କଲେ ମଧ୍ୟ ଆର୍ଥିକ ସମସ୍ୟା ଲାଗି ରହିବା ଭଳି ଘଟଣା ଦେଖିବାକୁ ମିଳିଥାଏ। ବାସ୍ତୁଦୋଷ ଯୋଗୁ ରୋଗବାଗ ବି ଲାଗି ରହେ ବୋଲି କୁହାଯାଏ। ଆପଣ ମଧ୍ୟ ଏପରି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି କି? ତା’ହେଲେ ଏହା ବାସ୍ତୁ ଦୋଷ ହୋଇପାରେ। ଏନେଇ ଆପଣ କୌଣସି ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇପାରିବେ। ତେବେ ଏପରି କିଛି ଛୋଟ ଛୋଟ କଥା ଅଛି, ଯେଉଁଗୁଡ଼ିକୁ ପାଳନ କଲେ ଘରେ ବାସ୍ତୁ ଦୋଷ ରେହ ନାହିଁ ବୋଲି କୁହାଯାଏ। ତା’ହେଲେ ଆଜି ସେ ବିଷୟରେ ଜାଣି ନିଅନ୍ତୁ।

– ସକାଳୁ ଗାଧୋଇବା ପରେ ଯଦି ଆପଣ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରୁଛନ୍ତି, ତା’ହେଲେ ସର୍ବଦା ତମ୍ବା ପାତ୍ର ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଅଜାଣତରେ ଘରେ ରହିଯାଇଥିବା ବାସ୍ତୁ ଦୋଷ ଦୂର ହୋଇଥାଏ।

– ଘରେ ରୁଟି ତିଆରି କରିବା ସମୟରେ ପ୍ରଥମ ରୁଟି ଗାଈ ପାଇଁ ଓ ଶେଷ ରୁଟିଟି କୁକୁର ପାଇଁ କାଢ଼ି ରଖନ୍ତୁ। ଏପରି କଲେ, ଆପଣଙ୍କ ଘରେ ଥିବା ବାସ୍ତୁଦୋଷ ଦୂର ହୋଇଥାଏ।

– ଠାକୁର ଘର ଦ୍ୱାର ମୁଁହରେ ସର୍ବଦା ଏକ ପିତଳ ଢାଳରେ ପାଣି ପୂର୍ଣ୍ଣ କରି ରଖନ୍ତୁ। ପରଦିନ ଏହି ପାଣିକୁ ଘରର ଚାରିଆଡ଼େ ସିଞ୍ଚନ କରନ୍ତୁ। ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ବଢ଼େ।

– ମାଟିରେ ତିଆରି ହୋଇଥିବା ପାରା, କୋଇଲି ଓ ଶୁଆ ଆଦି ପକ୍ଷୀଙ୍କ ମୂର୍ତ୍ତି ଆଣି ଉତ୍ତର-ପୂର୍ବ କୋଣରେ ରଖନ୍ତୁ। ନହେଲେ ଏକ ମାଟି ସୁରେଇରେ ପାଣି ଭର୍ତ୍ତି କରି ଉତ୍ତର-ପୂର୍ବ କୋଣରେ ରଖନ୍ତୁ ଏବଂ ସେହି ପାଣିକୁ ପିଅନ୍ତୁ।



from Odisha Reporter https://ift.tt/2LHPAWh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages