ଚିଟଫଣ୍ଡ ଲିଙ୍କରେ ଅଭିନେତ୍ରୀ ଋତୁପୂର୍ଣ୍ଣା ସେନଗୁପ୍ତା, ଇଡିର ସମନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 10, 2019

ଚିଟଫଣ୍ଡ ଲିଙ୍କରେ ଅଭିନେତ୍ରୀ ଋତୁପୂର୍ଣ୍ଣା ସେନଗୁପ୍ତା, ଇଡିର ସମନ୍

କୋଲକାତା: ବଙ୍ଗୀୟ ଅଭିନେତ୍ରୀ ଋତୁପୂର୍ଣ୍ଣା ସେନଗୁପ୍ତା ଚିଟଫଣ୍ଡରେ ସମ୍ପୃକ୍ତି ଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରମାଣ ପାଇଛି। ଏହାପରେ ପଚରାଉଚରା କରିବା ପାଇଁ ଇଡି ଋତୁପୂର୍ଣ୍ଣାଙ୍କୁ ସମନ୍ କରିଥିବା ଜଣାପଡ଼ିଛି। ଦୁଇ ଦିନ ତଳେ ବେଙ୍ଗଲ ସୁପରଷ୍ଟାର ପ୍ରୋସନଜିତ୍ ଚାଟାର୍ଜିଙ୍କୁ ଇଡ଼ି ସମନ୍ କରିଥିଲା ଏହି ଚିଟଫଣ୍ଡ ଲିଙ୍କରେ।

ଏହି ବଙ୍ଗୀୟ ଅଭିନେତ୍ରୀଙ୍କ ବିଦେଶ ଭ୍ରମଣ ପାଇଁ ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଚେୟାରମ୍ୟାନ୍ ଗୌତମ କୁଣ୍ଡୁ ପଇସା ଖର୍ଚ୍ଚ କରିବା ସହିତ ସେନଗୁପ୍ତାଙ୍କ ଅନେକ ଫିଲ୍ମରେ ପୁଞ୍ଜି ନିବେଶ କରିଥିଲେ।

ଆସନ୍ତା ସପ୍ତାହରେ ଋତୁପୂର୍ଣ୍ଣାଙ୍କୁ ଇଡ଼ିରେ ହାଜର ହେବା ପାଇଁ କୁହାଯାଇଥିବା ଜଣାପଡ଼ିଛି। ଇଡି ତରଫରୁ ଏହି ବଙ୍ଗୀୟ ଅଭିନେତ୍ରୀଙ୍କୁ ଫୋନ୍ କରାଯାଇଥିଲା ହେଲେ ସେ ଫୋନ୍ ଉଠାଇନଥିଲେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2XJduXS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages