ପାଲଲହଡ଼ା (ରବିନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ଖମାର ଥାନା ଅନ୍ତର୍ଗତ କୁଞ୍ଜାମ ପୋଲ ଉପରୁ ଏକ କାର୍ ତଳକୁ ଖସି ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜୟନ୍ତ ପ୍ରଧାନ ବୋଲି ଜଣାପଡ଼ିଛି। ତାଙ୍କ ଘର ସମଲ ଥାନା ଅନ୍ତର୍ଗତ ପରାବିଲ ଗାଁରେ। ସେ ଇଟା ବ୍ୟବସାୟ କରୁଥିଲେ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜୟନ୍ତ ଇଂଜିଡ଼ିରୁ ଖମାର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ କାର୍ ଭାରସାମ୍ୟ ହରାଇ ପୋଲ ତଳକୁ ପଡ଼ିଯାଇଥିଲା। ପ୍ରାୟ ୪୦ ଫୁଟ୍ ତଳେ କାର୍ଟି ପଡ଼ିଥିଲା।
ପୋଲ ତଳେ ପ୍ରାୟ ୩ ଫୁଟ ଉଚ୍ଚର ପାଣି ଥିଲା। ପୋଲ ତଳେ କର୍ଟି ପଡ଼ିଥିବା ବେଳେ ଏହାର ଲାଇଟ୍ ଜଳୁଥିଲା। ସେଥିପାଇଁ ସେହିବାଟ ଦେଇ ଯାଉଥିବା ଲୋକେ ଦୁର୍ଘଟଣା ଘଟିଥିବା ଜାଣିବାକୁ ପାଇଥିଲେ ଓ ପୁଲିସ୍କୁ ଖବର ଦେଇଥିଲେ। ଖମାର ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2M4xMUB
No comments:
Post a Comment