‘କିୟାରା’ ନାଁ ପଛର କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 24, 2019

‘କିୟାରା’ ନାଁ ପଛର କାହାଣୀ

ମୁମ୍ବାଇ: ‘କିୟାରା ଆଡ୍‌ଭାନୀ’ ଏବେ ଏକ ଜଣାଶୁଣା ନାଁ। ଉଭୟ ତେଲୁଗୁ ଓ ହିନ୍ଦୀ ଫିଲ୍ମରେ ସେ ଅଭିନୟ କରିଛନ୍ତି।୨୦୧୪ରେ କମେଡି ଫିଲ୍ମ ‘ଫଗ୍‌ଲି’ରେ ଡେବ୍ୟୁ କରିଥିବା କିୟାରାଙ୍କର ବ୍ୟବସାୟିକ ଦୃଷ୍ଟିକୋଣରୁ ପ୍ରଥମ ସଫଳ ଫିଲ୍ମ ହେଉଛି ‘ଏମ୍‌.ଏସ୍‌. ଧୋନି- ଦ ଅନ୍‌ଟୋଲ୍ଡ ଷ୍ଟୋରୀ’, ଯାହା ୨୦୧୬ ମସିହାରେ ରିଲିଜ୍ ହୋଇଥିଲା। ‘ଭାରତ ଆନେ ନେନୁ’ ଜରିଆରେ ସେ ତେଲୁଗୁ ଫିଲ୍ମରେ ଡେବ୍ୟୁ କରିଥିଲେ। ଏହା ମଧ୍ୟ ବେଶ୍ ସଫଳତା ପାଇଥିଲା। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘କବୀର ସିଂହ’ ରିଲିଜ୍ ହୋଇଥିଲା। ଏହା ମଧ୍ୟ ବହୁତ ସଫଳତା ପାଇଛି। ତେବେ ଜାଣିଛନ୍ତି, ଫିଲ୍ମରେ ପାଦ ଦେବା ପୂର୍ବରୁ ସେ ତାଙ୍କ ନାଁ ବଦଳାଇ ‘କିୟାରା’ ରଖିଥିଲେ। ତା’ପୂର୍ବରୁ ତାଙ୍କ ନାଁ ଥିଲା ଆଲିଆ ଆଡ଼ଭାନୀ। ‘ଫଗ୍‌ଲି’ ଫିଲ୍ମ ରିଲିଜ୍ ପୂର୍ବରୁ ସେ ତାଙ୍କ ନାଁ ବଦଳାଇ ଦେଇଥିଲେ। ଏକ ସାକ୍ଷାତକାରରେ ସେ ‘ଆଲିଆ’ ନାଁ ବଦଳାଇ ‘କିୟାରା’ ରଖିବା ପଛରେ ଦୁଇଟି କାରଣ ଥିବା କହିଥିଲେ।

କିୟାରା କହିଥିଲେ,“ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୂର୍ବରୁ ଜଣେ ଆଲିଆ (ଆଲିଆ ଭଟ୍ଟ) ଅଛନ୍ତି। ତେଣୁ ମୁଁ ଚାହୁଁ ନଥିଲି ଦୁଇଟି ସମାନ ନାଁକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ନହେଉ। ସେହିଭଳି ’କିୟାରା’ ନାଁଟି ମୁଁ ଫିଲ୍ମ ‘ଅଞ୍ଜାନା ଅଞ୍ଜାନୀ’ରୁ ପ୍ରେରିତ ହୋଇ ରଖିଥିଲି। ‘କିୟାରା’ ନାଁଟି ମୋତେ ବହୁତ ପସନ୍ଦ ଆସିଥିଲା। ଏପରିକି ମୋର ଝିଅ ହେଲେ ତା ନାଁ ‘କିୟାରା’ ରଖିବି ବୋଲି ସ୍ଥିର କରି ନେଇଥିଲି। ତେବେ ତା’ପୂର୍ବରୁ ମୋ ନିଜ ନାଁ ବଦଳାଇବା ଜରୁରୀ ହୋଇପଡ଼ିଲା। ତେଣୁ ମୁଁ ମୋ ନିଜ ନାଁ ‘କିୟାରା’ ରଖିଦେଲି।”

ଆପଣମାନେ ବୋଧହୁଏ ଜାଣିଥିବେ ଫିଲ୍ମ ‘ଅଞ୍ଜାନା ଅଞ୍ଜାନୀ’ରେ ପ୍ରିୟଙ୍କା ଚୋପ୍ରାଙ୍କ ନାଁ ‘କିୟାରା’ ଥିଲା। ଏହି ରୋମାଣ୍ଟିକ୍ କମେଡି ଫିଲ୍ମଟି ୨୦୧୦ରେ ରିଲିଜ୍ ହୋଇଥିଲେ। ଏଥିରେ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ରଣବୀର କପୁର ସ୍କ୍ରିନ୍ ଶେଆର୍‌ ଥିଲେ।



from Odisha Reporter https://ift.tt/2JRGm7z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages