ଛୋଟ ଛୁଆଙ୍କ ଭାବଭଙ୍ଗୀରୁ ହିଁ ଜାଣି ହେବ ତାଙ୍କ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 12, 2019

ଛୋଟ ଛୁଆଙ୍କ ଭାବଭଙ୍ଗୀରୁ ହିଁ ଜାଣି ହେବ ତାଙ୍କ ସମସ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ): ନବଜାତ ଶିଶୁଙ୍କ ଭାବନା ବୁଝିବା କଷ୍ଟକର ବ୍ୟାପାର। ସେମାନଙ୍କ ପାଟି ଫିଟି ନ ଥିବା ବେଳେ ସେମାନେ କ’ଣ ଅସୁବିଧା ଭୋଗୁଛନ୍ତି, କ’ଣ ଚାହୁଁଛନ୍ତି ବାପାମା’ଙ୍କୁ ମଧ୍ୟ ଏହା ବୁଝିବାକୁ ସମୟ ଲାଗିଥାଏ। ମୁଖ୍ୟତଃ ଦେହ ଖରାପ ହେଲେ, ଶରୀରର କେଉଁ ଅଙ୍ଗରେ ଯନ୍ତ୍ରଣା ହେଉଥିଲେ ତାହା ବୁଝିବା କଷ୍ଟକର ହୋଇପଡେ।

ଏପରି କ୍ଷେତ୍ରରେ ପିଲାଙ୍କ ଭାବଭଙ୍ଗୀ ଦେଖି ଆମେ ବୁଝିବାକୁ ଚେଷ୍ଟା କରିଥାଉ ସେମାନେ କ’ଣ କହିବାକୁ ଚାହୁଁଛନ୍ତି। ଯେପରି ଆଙ୍ଗୁଠିକୁ ପାଟିରେ ପଶେଇବା, ହିକ୍କା  ଦେବା, ଗୋଡ଼ ବାଡ଼େଇବା ଆଦି ଲକ୍ଷଣ ନିହାତି ଭାବେ କିଛି କହିଥାଏ । ଆପଣ ଏହାକୁ ବୁଝି ପାରିଲେ, ଆପଣଙ୍କ ପିଲାର ସମସ୍ୟା କିଛି ମାତ୍ରାରେ ଲାଘବ କରି ପାରିବେ। ଆସନ୍ତୁ ଜାଣିବା ଶିଶୁଙ୍କ ଏପରି କିଛି ଭାବଭଙ୍ଗୀ ସମ୍ପର୍କରେ।

ଛୋଟ ଛୁଆ କାନ୍ଦିବା

ଛୁଆଙ୍କ କାନ୍ଦିବାର ବିଭିନ୍ନ କାରଣ ହୋଇପାରେ। ଯେପରି ଭୋକ ଲାଗିଲେ, ଡର ଲାଗିଲେ କିମ୍ୱା ଦେହ ଭଲ ନ ଲାଗିଲେ ସେମାନେ ଚିଡ଼ଚିଡ଼ା ହୋଇ କାନ୍ଦିଥାନ୍ତି।  ଆପଣ ଲକ୍ଷ୍ୟ ରଖିଥିବେ,  ଛୁଆଙ୍କୁ ଭୋକ ଲାଗିଲେ, ସେମାନେ ଆଖି ଖୋଲିକି କାନ୍ଦିଥାନ୍ତି। ସେହିପରି ଡରି ଯାଇଥିଲେ, ଛୁଆଟି ଆଖି ବନ୍ଦ କରି କାନ୍ଦିଥାଏ। ଏଥିଲାଗି ଏପରି ଭାବେ ଛୁଆଙ୍କ ସମସ୍ୟା ବୁଝି ଏହାର ଉପଚାର କରିବାକୁ ଚେଷ୍ଟା କରିବା ଆବଶ୍ୟକ।

ପେଟ ପାଖରେ ଗୋଡ଼ ଜାକିକି ଶୋଇବା

ବହୁ ସମୟରେ ଛୋଟ ଛୁଆ ଗୋଡ କିମ୍ୱା ପାଦକୁ ପେଟରେ ଜାକି କରି ଶୋଇଥାନ୍ତି। ଛୁଆ ଏପରି ଶୋଇବା ଅର୍ଥ, ସେମାନଙ୍କ ହଜମ କ୍ରିୟାରେ ଗଡ଼ବଡ଼ି ରହିଛି। ଏପରି ସ୍ଥିତିରେ ପିଲାଟାକୁ ପେଟ ରୋଗ କିମ୍ବା କବଜ୍‌ ପରି ସମସ୍ୟା ହୋଇପାରେ। ଏପରି ସ୍ଥିତିରେ ପିଲାର ଖାଇବା ପିଇବାର ଖାସ୍‌ ଧ୍ୟାନ ରଖିବା ଆବଶ୍ୟକ।

ଜୋର ଜୋର ନିଶ୍ୱାସ ନେବା

ବେଳେବେଳେ ଛୋଟ ଛୁଆ ଜୋର ନିଶ୍ୱାସ ନେଉଥିବା ଲକ୍ଷ୍ୟ କରିଥିବେ। ଏହା ହେବା ପଛରେ ୨ଟି କାରଣ ରହିଛି। ଗୋଟିଏ ହେଉଛି, ସେ ବହୁତ ଖୁସି ହୋଇଯାଇଥିବେ,  ନଚେତ ଡରି ଯାଇଥିବେ।  ଏପରି ସ୍ଥିତିରେ ପିଲାଟିକୁ ପ୍ରଥମେ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ। ଏଥିଲାଗି ତା’ ସହ ଖେଳନ୍ତୁ ନଚେତ ତା’ ଧ୍ୟାନ ଅନ୍ୟତ୍ର କେନ୍ଦ୍ରିତ କରିବାକୁ ଚେଷ୍ଟା କରନ୍ତୁ।

କାନ ଟାଣିବା

ସାଧାରଣତଃ ଛୋଟ ଛୁଆ ମୁହଁ ପାଖରେ ହାତଗୋଡ଼ ହଲାଇ ଖେଳିଥାନ୍ତି। ଏହା ସାଧାରଣ କଥା। କିନ୍ତୁ ଲଗାତାର ଭାବେ ଯଦି କାନକୁ ହିଁ ଟାଣୁଛନ୍ତି, ତା’ ହେଲେ ଜାଣି ରଖନ୍ତୁ ପିଲାର କାନରେ ହିଁ ସମସ୍ୟା ଅଛି।

ହାତ ଗୋଡ଼ ହଲାଉଥିଲେ

ଛୋଟ ଛୁଆ ଖୁବ୍‌ ଖୁସି ଥିଲେ, ହାତ ଗୋଡ ହଲାଇ ଖେଳିଥାନ୍ତି। ଏପରି କରିବା ଦ୍ୱାରା ସେମାନଙ୍କ ମାଂସପେଶୀର ବିକାଶ ହୋଇଥାଏ ଓ ହଜମ ବି ହୋଇଥାଏ।  କିନ୍ତୁ ବେଳେବେଳେ ଛୁଆ ନିଜ ଅସୁବିଧା ଜଣାଇବା ଲାଗି ଏପରି ଉପାୟ ଅବଲମ୍ବନ କରିଥାନ୍ତି। ତେଣୁ ପିଲା ଯଦି ଅଧିକ ସମୟ ହାତ ଗୋଡ ହଲାଇଥାନ୍ତି, ଦେଖି ନିଅନ୍ତୁ ତାଙ୍କ ଡାଇପର ଓଦା ହୋଇ ଯାଇନି ତ। ଯଦି ଏପରି ହୋଇଥାଏ, ତତ୍‌କ୍ଷଣାତ ଏହାକୁ ବଦଳାଇ ଦିଅନ୍ତୁ।

ଆଖି ମଳିବା

ପିଲାଙ୍କୁ ନିଦ ଆସୁଥିଲେ ସାଧାରଣତଃ ସେମାନେ ଆଖି ମଳିଥାନ୍ତି। କିନ୍ତୁ ଯଦି ଶୋଇକି ଉଠିବା ପରେ ବି ପିଲା ଆଖି ମଳିବା ଦେଖୁଛନ୍ତି, ତା’ ହେଲେ ସମସ୍ୟା ଆଉ କିଛି ରହିଛି। ଯେପରି ଆଖିରେ କିଛି ପଡି ଯାଇଥାଇ ପାରେ ନଚେତ କିଛି ସଂକ୍ରମଣ  ହୋଇଯାଇଥାଇପାରେ । ତେଣୁ ଏ ଦିଗ ପ୍ରତି ଧ୍ୟାନ ରଖନ୍ତୁ।



from Odisha Reporter https://ift.tt/2LSsJGw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages