ରୋଷେଇ ଘରେ ଅଛି ଏପରି ଜିନିଷ, ବ୍ରଣ ସମସ୍ୟାରୁ ଦେବ ମୁକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 5, 2019

ରୋଷେଇ ଘରେ ଅଛି ଏପରି ଜିନିଷ, ବ୍ରଣ ସମସ୍ୟାରୁ ଦେବ ମୁକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କାହିଁ କେଉଁ କାଳରୁ ରୋଷେଇ ଘରେ ଥିବା ହଳଦିର ବ୍ୟବହାର ସୌନ୍ଦର୍ଯ୍ୟକୁ ବଢାଇବା ଲାଗି କରାଯାଇଥାଏ। ହଳଦି କେବଳ ସୁନ୍ଦରତା ବଢାଇ ନ ଥାଏ, ଏହା ଚେହେରାରେ ଥିବା ଦାଗଧପ୍ପା ମଧ୍ୟ ଦୂର କରିଥାଏ।

ଆଜିକାଲିର ଯୁବପୀଢିଙ୍କର ବ୍ରଣ ଏକ  ମୁଖ୍ୟ ସମସ୍ୟା। ଜୀବନଶୈଳିରେ ଦେଖାଯାଉଥିବା ପରିବର୍ତ୍ତନ ହେତୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏହାଯୋଗୁ ସେମାନଙ୍କର ମୁହଁର ସୁନ୍ଦରତା ହଜି ଯାଉଛି। ଏହାର ଉପଚାର ନିମନ୍ତେ ମାର୍କେଟରେ ବହୁ ବିୟୁଟି ଉତ୍ପାତ ମିଳୁଥିଲେ ମଧ୍ୟ ହଳଦି ଏକ ଅବ୍ୟର୍ଥ ଔଷଧ ପରି ଏବେ ବି କାମ କରୁଛି।  ଆଜି ଆପଣଙ୍କୁ କହିବୁ, କିପରି ହଳଦିର ବ୍ୟବହାର କରି ମୁହଁରୁ କଳା, ଦାଗ ଧପ୍ପା ଦୂର ହେବା ସହ ମୁହଁରେ ଆସିଯିବ ଚମକ।

୧-ମୁହଁରେ ବ୍ରଣ ହେଉଥିଲେ, ଏକ ଚାମଚ ହଳଦି, ୨ ଚାମଚ ଚନ୍ଦନ ପାଉଡ଼ର, ୧ ଚାମଚ ବେସନ, ଲେମ୍ବୁ ରସ ମିଶାଇ ଦିଅନ୍ତୁ। ୨ ଚାମକ କଞ୍ଚା କ୍ଷୀର ବି ଏଥିରେ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବେ ମିଶାଇ ଏକ ଗାଢା ପେଷ୍ଟ ପ୍ରସ୍ତୁତ  କରି ମୁହଁରେ ଲଗାଇ ଦିଅନ୍ତୁ। ଅଧା ଘଣ୍ଟା ପରେ ଏହାକୁ ଧିରେ ଧିରେ ଓଦା ହାତରେ ମସାଜ କରନ୍ତୁ। ଏହା ପରେ ଥଣ୍ଡା ପାଣିରେ ଏହାକୁ ଧୋଇ ଦିଅନ୍ତୁ। ଚେହେରା ଧୋଇବା ପରେ ସାବୁନ ବ୍ୟବହାର କରନ୍ତୁ ନାହିଁ। କେବଳ ମଶ୍ଚରାଇଜର ଲଗାଇ ଦିଅନ୍ତୁ।

୨—ଏହାବ୍ୟତୀତ ମୁହଁରୁ ବ୍ରଣ ଦୂର କରିବା ଲାଗି ୨ ଚାମଚ ବେସନରେ ଅଧା ଚାମଚ ହଳଦି ଓ ୩ ଚାମଚ ଫ୍ରେଶ୍‌ ଦହି ମିଳାଇ ଚେହେରାରେ ଲଗାଇ ଦିଅନ୍ତୁ। କିଛି ସମୟ ଛାଡି ଦିଅନ୍ତୁ। ଲେପ ଶୁଖିଲା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।

୩- ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ଲାଗି ହଳଦି ଓ ଓଟସ୍‌ର ଏକ ପ୍ୟାକ୍‌ ଆପଣ ପ୍ରସ୍ତୁତ କରି ପାରିବେ। ଏଥିଲାଗି ୨ ଚାମଚ ଓଟସ୍‌, ଅଧା ଚାମଚ ଦହି, ଏକ ଚାମଚ ମହୁ ଓ ଏକ ଲେମ୍ବୁ ମିଶାନ୍ତୁ। ଏହାକୁ ଚେହେରାରେ ଲଗାଇ ଅଧ ଘଣ୍ଟା ଛାଡି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।

୪- ହଳଦି ଡାର୍କ ସର୍କଲ ମଧ୍ୟ ଦୂର କରି ଦେଇଥାଏ। ହଳଦିରେ ଦହି ଓ ଆଖୁ ରସ ମିଶାଇ ଲଗାନ୍ତୁ। କିଛି ଦିନରେ ଆପଣଙ୍କ ମୁହଁରେ ଡାର୍କ ସର୍କଲର ଚିହ୍ନବର୍ଣ୍ଣ  ରହିବ ନାହିଁ।

୫- ହଳଦି କେବଳ ଗୋରା ରଙ୍ଗ ଦେଇଥାଏ, ତା ନୁହେଁ, ଏହା ତ୍ୱଚାରେ ବୟସର ଛାପ ବି ପଡ଼ିବାକୁ ଦେଇନଥାଏ।

୬- ବୟସ ବଢିଲେ ଚେହେରାରେ ପଡୁଥିବା ଲୋଚାକୋଚା ଦାଗ ମଧ୍ୟ ହଳଦ ବ୍ୟବହାର ଦ୍ୱାରା କମି ଯାଇଥାଏ।  ହଳଦିରେ ଚାଉଳ ପାଉଡର, ବଞ୍ଚା କ୍ଷୀର ଓ ଟମାଟର ରସ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ  ୩୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ଛାଡି ଦିଅନ୍ତୁ। ଏହାପରେ ହାଲକା ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ।  ଦେଖିବେ କିଛି ଦିନ ପରେ ମୁହଁ ପୂରା ସଫା ଦେଖାଯିବ।

 



from Odisha Reporter https://ift.tt/2JxmKUK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages