ଜଳି ହିଁ ଜୀବନ। ବିନା ପାଣିରେ ସୃଷ୍ଟିର କଳ୍ପନା ଅସମ୍ଭବ। ଡାକ୍ତରଙ୍କ ମୁତାବକ ସୁସ୍ଥ ଜୀବନଯାପନ ପାଇଁ ଜଣେ ବ୍ୟକ୍ତି ଦିନକୁ ୪ରୁ ୫ ଲିଟର ପାଣି ପିଇବା ଆବଶ୍ୟକ। ତେବେ ଜାଣିଛନ୍ତି, ଏ ପାଣି ସହିତ ବାସ୍ତୁର ମଧ୍ୟ ସଂପର୍କ ରହିଛି। ଅର୍ଥାତ୍ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଜଳଉତ୍ସ ନ ରହିଲେ, ଏହା ଆପଣଙ୍କ ସ୍ୱାସ୍ଥ୍ୟହାନିର କାରଣ ପାଲଟି ଥାଏ। ଘରେ ରୋଗବାଗ ଲାଗି ରହେ। ତେଣୁ ଘରେ ଅବା ବାଡ଼ିରେ କେଉଁଠି ଜଳଉତ୍ସ ରହିଲେ ଭଲ, ତାହା ଜାଣି ନିଅନ୍ତୁ। ତା’ସହିତ ଘରେ କେଉଁଠି ପାଣି ରଖିବା ଉଚିତ୍, ସେ ବିଷୟରେ ବି ଜାଣି ନିଅନ୍ତୁ।
୧. ରୋଷେଇ ଘରର ଉତ୍ତର-ପୂର୍ବ ଦିଗରେ ପାଣି ରଖନ୍ତୁ। ଏହା ସ୍ୱାସ୍ଥ୍ୟପ୍ରତି ହିତକର।
୨. ପାଣିର ସ୍ଥାନ ହେଉଛି ଦକ୍ଷିଣ-ପୂର୍ବ ଦିଗ। ତେଣୁ ପାଣି ଟାଙ୍କି ଓ ନଳକୂପ ଆଦି ପୂର୍ବ, ଉତ୍ତର ଅଥବା ପୂର୍ବ-ଉତ୍ତର ଦିଗରେ ରହିବା ଆବଶ୍ୟକ ବୋଲି ବାସ୍ତୁବିତମାନେ ମତ ଦିଅନ୍ତି।
୩. ଯଦି ପାଣି ପମ୍ପ ବସାଉଛନ୍ତି, ତା’ହେଲେ ଏହାକୁ ପୂର୍ବ ବା ଉତ୍ତର ଦିଗରେ ବସାନ୍ତୁ। ନ ହେଲେ ପୂର୍ବ-ଉତ୍ତର ଦିଗରେ ଏହାକୁ ବସାନ୍ତୁ।
୪. ଦକ୍ଷିଣ-ପୂର୍ବ, ଉତ୍ତର-ପଶ୍ଚିମ ଅଥବା ଦକ୍ଷିଣ-ପଶ୍ଚିମ ଦିଗରେ କୂଅ, ନଳକୂଅ ଆଦି ଖୋଳନ୍ତୁ ନାହିଁ। ଏଥିପାଇଁ ପୂର୍ବ-ଉତ୍ତର କୋଣ ହିଁ ଉପଯୁକ୍ତ। ଏହାଦ୍ୱାରା ଗୃହର ବାସ୍ତୁ ସନ୍ତୁଳିତ ରହେ।
୫. ଆଜିକାଲି ସମସ୍ତେ ଘର ଉପରେ ପାଣିଟାଙ୍କି କରୁଛନ୍ତି। ଏହି ଟାଙ୍କି ଘର ଉପରେ ଉତ୍ତର-ପଶ୍ଚିମ କୋଣରେ ରହିବା ଉଚିତ୍। ଏହାସହ ଟାଙ୍କିର ଉପର ଭାଗ ଗୋଲାକାର ହେବା ଜରୁରୀ।
୬. ଦକ୍ଷିଣ-ପୂର୍ବ, ଉତ୍ତର-ପଶ୍ଚିମ ଅଥବା ଦକ୍ଷିଣ-ପଶ୍ଚିମ ଦିଗରେ କୂଅ କି ନଳକୂପ ଥିଲେ ଏହାକୁ ବନ୍ଦ କରିଦିଅନ୍ତୁ। ଯଦି ବନ୍ଦ କରିବା ସମ୍ଭବ ନୁହେଁ, ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ।
from Odisha Reporter https://ift.tt/2YeBpi9
No comments:
Post a Comment