ମୁମ୍ୱାଇରେ ଲଗାଣ ବର୍ଷା, ଟ୍ରେନ ଭିତରେ ଫସିଛନ୍ତି ୨ ହଜାରରୁ ଅଧିକ ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 26, 2019

ମୁମ୍ୱାଇରେ ଲଗାଣ ବର୍ଷା, ଟ୍ରେନ ଭିତରେ ଫସିଛନ୍ତି ୨ ହଜାରରୁ ଅଧିକ ଯାତ୍ରୀ

ମୁମ୍ୱାଇ: ମହାରାଷ୍ଟ୍ରରେ ଲଗାଣ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ୨୪ ଘଣ୍ଟା ମଧ୍ୟରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଆଜି ମଧ୍ୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ପାଣିପାଗ ଖରାପ ଥିବାରୁ ବିମାନ ସେବା ପ୍ରଭାବିତ ହୋଇଛି।
ବଦଲାପୁର ଏବଂ ବାଙ୍ଗନୀ ରେଲଓ୍ୱ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନରେ ପାଣି ଜମି ରହିଛି। ପରିଣାମସ୍ୱରୂପ ମହାଲକ୍ଷ୍ମୀ ଏକ୍ସପ୍ରେସରେ ଥିବା ୨ ହଜାର ଯାତ୍ରୀ ଟ୍ରେନ ଭିତରେ ଫସିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଏବେ ରେଳ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଏନଡିଆରଏଫ ଏବଂ ଆରପିଏଫ୍ ଟିମ୍ ଆସି ଯାତ୍ରୀଙ୍କୁ ବିସ୍କୁଟ୍, ପାଣି ଆଦି ଖାଇବା ଯୋଗାଉଛନ୍ତି। ଏଥସହ ଟ୍ରେନରୁ ଯାତ୍ରୀଙ୍କୁ ଓହ୍ଲାଇ ଅନ୍ୟତ୍ର ଶୁଖିଲା ସ୍ଥାନକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।
ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ମୁମ୍ୱାଇ ସମେତ ଆଖ ପାଖ ଅଞ୍ଚଳ ଠାଣେ, ରାୟଗଡରେ ଆଜି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ୭ଟି ଫ୍ଲାଇଟ ବାତିଲ୍ ହୋଇଥିବା ବେଳେ ୨୪ଟି ବିମାନ ସେବା ପ୍ରଭାବିତ ହୋଇଛି ଏବଂ ଆଉ କିଛି ଫ୍ଲାଇଟକୁ ଅନ୍ୟତ୍ର ଡାଇଭର୍ଟ କରି ଦିଆଯାଇଛି।


from Odisha Reporter https://ift.tt/2K6zIct

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages