ବର୍ଷା ଦିନେ କିପରି ମେକ୍‌ଅପ୍‌ ନେଲେ ଦେଖାଯିବେ ଆକର୍ଷଣୀୟ, ଜାଣି ରଖନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 12, 2019

ବର୍ଷା ଦିନେ କିପରି ମେକ୍‌ଅପ୍‌ ନେଲେ ଦେଖାଯିବେ ଆକର୍ଷଣୀୟ, ଜାଣି ରଖନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷା ଦିନେ କୌଣସି ପାର୍ଟି ଥିଲେ ଆପଣଙ୍କର ଚିନ୍ତା ବଢ଼ି ଯାଇଥାଏ। କାରଣ ଏହି ଦିନେ ମେକ୍‌ଅପ୍‌ ନେଲେ ଅନେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଯଦି ସଠିକ୍‌ ମେକ୍‌ଅପ୍‌ ନ ନିଅନ୍ତି ତାହାଲେ ଆପଣଙ୍କ ଚେହେରା ଅସୁନ୍ଦର ଦେଖାଯାଏ। ଆଜି ଆପଣଙ୍କୁ ବର୍ଷା ଦିନେ କିଛି ମେକ୍‌ଅପ୍‌ ଟିପ୍ସ ଦେବୁ ଯାହାକୁ ବ୍ୟବହାର କରି ଆପଣ ସୁନ୍ଦର ଦେଖାଯିବା ସହ ଅଧିକ ସମୟ ପର୍ଯ୍ୟନ୍ତ ମୁହଁ ଗ୍ଲୋ କରିବ।

୧, ବର୍ଷା ଦିନେ ମେକ୍‌ଅପ୍‌ ନେଉଥିଲେ ପ୍ରଥମେ ଫାଉଣ୍ଡେସନ୍‌ର ବ୍ୟବହାର କରନ୍ତୁ।

୨, ପାଉଡର୍‌ ଲଗାଇଲେ ତାହା ମୁହଁରେ ଛପି ଯିବାର ସମ୍ଭାବନା ଥାଏ। ଏଥିପାଇଁ  ପ୍ରଥମେ ଆପଣ କ୍ରିମ୍‌ର ବ୍ୟବହାର କରନ୍ତୁ।

୩, ବର୍ଷାରେ ଓଦା ହୋଇ ଯଦି ଚେହେରା ଭିଜି ଯାଇଛି ତାହାଲେ ଏହାକୁ ଜୋର ଜୋର ଘସି ସଫା କରିବା ବଦଳରେ ସଫା କପଡ଼ାରେ ଧିରେ ଧିରେ ଛଡ଼ାଇବାକୁ ଚେଷ୍ଟା କରନ୍ତୁ।

୪, ଏହି ଦିନରେ ଆପଣ ବାହାରକୁ ଯାଉଥିଲେ ହାଲ୍‌କା ମେକ୍‌ଅପ୍‌ ନିଅନ୍ତୁ। ଆଖିରେ ମସ୍କରାର ବ୍ୟବହାର କରନ୍ତୁ। କାରଣ କାଜଲ୍‌ କୌଣସି କାରଣରୁ ଛାଡ଼ି ଗଲେ ମଧ୍ୟ ଆପଣ ଅସୁନ୍ଦର ଦେଖାଯିବେ ନାହିଁ।

୫, ଯେଉଁମାନଙ୍କର ତ୍ୱଚା ଡ୍ରାଏ ବା ଶୁଷ୍କ ଅଛି ସେମାନେ ଟୋନର୍‌ର ବ୍ୟବହାର କରନ୍ତୁ।

୬, ଏହି ଦିନରେ ଲିପ୍‌ଷ୍ଟିକ୍‌ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । କାରଣ ବର୍ଷାରେ ଓଦା ହେଲେ ଏହା ଛାଡ଼ି ଯିବାର ଅନେକ ସମ୍ଭାବନା ଥାଏ। ତେଣୁ କରି ମ୍ୟାଟ୍‌ ଲିପ୍‌ଷ୍ଟିକ୍‌ ବ୍ୟବହାର କରିବା ଭଲ।

୭, ବର୍ଷା ଦିନ ପାଗ ଭଲ ରହୁଥିବାରୁ ଆପଣଙ୍କୁ ଡାର୍କ ଆଇ ସ୍ୟାଡୋ ଭଲ ମାନିବ। ଡାର୍କ କଲର୍‌ର ଆଇ ସ୍ୟାଡୋ ଅଧିକ ସମୟ ପାଇଁ ମଧ୍ୟ ଚେହେରାରେ ରହିଥାଏ।

୮, ତ୍ୱଚା ଓଦା ହୋଇ ଖରାପ ଦେଖା ଯାଇଥିଲେ ଆପଣ ବାହାରେ ମିଳୁଥିବା କ୍ରିମ୍‌  ବ୍ୟବହାର ନ କରି ଘରେ ପ୍ରାକୃତିକ ଉପାୟରେ ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇ ପାରିବେ।

୯, ଆପଣଙ୍କ ମୁହଁରେ ଯଦି ଦାଗ ରହିଛି ତାହାଲେ ମେକ୍‌ଅପ୍‌ ପାଉଡର୍‌ର ବ୍ୟବହାର କରନ୍ତୁ। ଏହା ଦାଗକୁ ଲୁଚାଇବ।

୧୦, ବର୍ଷା ଦିନେ ଆପଣଙ୍କ ମେକ୍‌ଅପ୍‌ ଏବଂ ପିନ୍ଧିଥିବା କପଡ଼ା ମ୍ୟାଚିଙ୍ଗ୍‌ ହୋଇଥିବା ଆବଶ୍ୟକ। ନ ହେଲେ ଏହା ଅସୁନ୍ଦର ଦେଖାଯାଇଥାଏ।



from Odisha Reporter https://ift.tt/2LPtzUx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages