ଆମେରିକାରେ ସୁଦର୍ଶନଙ୍କୁ ସଫଳତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 28, 2019

ଆମେରିକାରେ ସୁଦର୍ଶନଙ୍କୁ ସଫଳତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ବୋଷ୍ଟନରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିଅନ୍‌ଶିପ୍‌ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ‘ପିପୁଲ୍ସ ଚଏସ୍ ଆଓ୍ୱାର୍ଡ’ ମିଳିଛି। ପ୍ଲାଷ୍ଟିକ ପ୍ରଦୂଷଣରୁ ସମୁଦ୍ରକୁ କିଭଳି ରକ୍ଷା କରାଯାଇପାରିବ, ସେହି ବାର୍ତ୍ତା ନେଇ ‘SAVE THE OCEAN’ ଶୀର୍ଷକରେ ସୁଦର୍ଶନ ଏକ ବାଲୁକା କଳା ପ୍ରସ୍ତୁତ କରିଥିଲେ। ଆଉ ତାଙ୍କର ଏହି ବାଲୁକା କଳାକୁ ବେଶ୍ ପ୍ରଶଂସା କରାଯାଇଥିଲା। 

ଜୁଲାଇ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଚାମ୍ପିଅନ୍‌ଶିପ୍ ଗତକାଲି ଉଦ୍‌ଯାପିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବିଶ୍ୱର ୧୫ଟି ଦେଶର ବାଲୁକା ଶିଳ୍ପୀ ଭାଗ ନେଇଥିଲେ।

ସୁଦର୍ଶନଙ୍କୁ ‘ପିପୁଲ୍ସ ଚଏସ୍ ଆଓ୍ୱାର୍ଡ’ ମିଳିଥିବାରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି।



from Odisha Reporter https://ift.tt/2ZhsBEn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages