ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରା ଦାଉରୁ ରକ୍ଷା ପାଇବାକୁ ସମସ୍ତେ ଚାତକ ପରି ବର୍ଷାକୁ ଅପେକ୍ଷା କରିଥାନ୍ତି। ବର୍ଷା ହେଲେ ଗରମରୁ ନିସ୍ତାର ମିଳିଥାଏ ସତ କିନ୍ତୁ ଏହା ଅନେକ ରୋଗକୁ ଡାକି ଆଣିଥାଏ। ଏହି ଋତୁକୁ ସଙ୍କ୍ରମଣ ଋତୁ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ। ଏହି ଦିନରେ ଲୋକମାନେ ଥଣ୍ଡା, ଜ୍ୱର ଆଦି ବିଭିନ୍ନ ରୋଗରେ ପୀଡିତ ହୋଇଥାନ୍ତି।
ଏବେ ବର୍ଷାଦିନ ଆରମ୍ଭ ହୋଇଗଲାଣି। ଯଦି ଆମେ ଆରମ୍ଭରୁ ସଜାଗ ନ ହେବା ତାହାଲେ ଆମକୁ ବିଭିନ୍ନ ପ୍ରକାର ରୋଗକୁ ସାମ୍ନା କରିବାକୁ ପଡ଼ିବ। ଆଜି ଆପଣଙ୍କୁ ବର୍ଷା ଦିନେ କିପରି ସୁସ୍ଥ ରହିବେ ସେ ବିଷୟରେ କିଛି ଟିପ୍ସ ଦେବୁ। ତାହାଲେ ଜାଣନ୍ତୁ କେଉଁ ସବୁ ଉପାୟ ଅବଲମ୍ବନ କଲେ ଆପଣ ନିଜକୁ ସୁସ୍ଥ ରଖିପାରିବେ।
–ବର୍ଷାଦିନେ ସବୁଠୁ ବଡ଼ ସମସ୍ୟା ହେଲା ଅଚାନକ ଓଦା ହୋଇ ଦୀର୍ଘ ସମୟ ରହିବା। ଏହା ସବୁବେଳେ ବ୍ୟାକ୍ଟେରିଆଲ୍ ଇନ୍ଫେକ୍ସନ୍ କରାଇଥାଏ। ଆଉ ମୁଣ୍ଡ ଓଦା ହେଲେ ଆମକୁ ଶୀଘ୍ର ଥଣ୍ଡା ହୁଏ।
–ଆପଣ ବର୍ଷାଦିନେ ଓଦା ନ ହେବାକୁ ଚେଷ୍ଟା କରନ୍ତୁ। କାରଣ ମୁଣ୍ଡ ଓଦା ହେଲେ କେଶ ଶୁଖିବାରେ ଡେରି ହୋଇଥାଏ। ଏଥିପାଇଁ ଆମ ମୁଣ୍ଡ ବିନ୍ଧିଥାଏ।
–ପାଖରେ ସବୁବେଳେ ଛତା, ରେନ୍କୋଟ୍ ବା ରୁମାଲ୍ ରଖନ୍ତୁ। ବର୍ଷାରେ ବାହାରକୁ ଗଲେ ଆପଣ ଯଦି ଓଦା ହେଇ ଯାଉଛନ୍ତି ତାହାଲେ ସାଙ୍ଗେ ସାଙ୍ଗେ ରୁମାଲ୍ରେ ମୁଣ୍ଡକୁ ଭଲ ଭାବେ ପୋଛି ଦିଅନ୍ତୁ।
–ବର୍ଷାଦିନେ ଆଉ ଏକ ବଡ଼ ସମସ୍ୟା ହେଲା ଫଙ୍ଗଲ୍ ଇନ୍ଫେକ୍ସନ୍ ହେବା। ପାଦ ଓଦା ହେବା ଯୋଗୁ ନଖ ମୂଳ ଦରଜ ହୋଇଥାଏ। ଏଥିଯୋଗୁ ତ୍ୱଚା ନରମ ହୋଇ ଚମଡ଼ା ଛାଡ଼ିବା ସମସ୍ୟା ଦେଖାଦେଇଥାଏ।
–ଏଥିରୁ ରକ୍ଷା ପାଇବା ପାଇଁ ଆପଣ ପାଦ ଓଦା ହେବାକୁ ଦିଅନ୍ତୁ ନାହିଁ। ଓଦା ଜୋତା ମଧ୍ୟ ଅଧିକା ସମୟ ପିନ୍ଧିଲେ ଏହି ସମସ୍ୟାରେ ପଡ଼ି ପାରନ୍ତି। ଏଥିପ୍ରତି ଦୃଷ୍ଟି ଦେଲେ ଭଲ।
–ବର୍ଷାଦିନେ ସଫାସୁତୁରା ରହିବା ଉପରେ ଧ୍ୟାନ ଦିଅନ୍ତୁ। ଘରେ ଥିବା ବେସିନ୍ ସବୁବେଳେ ସଫା ସୁତୁରା ରଖନ୍ତୁ। ଏଥିରେ ଯେପରି ଖରା ପଡ଼ିବ ଓ ଏହା ଯେମିତି ସବୁବେଳେ ଶୁଖିଲା ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
–ବର୍ଷାଦିନେ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଏହା ନଲେ ଆପଣ ଶୀଘ୍ର ରୋଗାଗ୍ରସ୍ତ ହୋଇପାରନ୍ତି। ଏଥିପାଇଁ ବର୍ଷା ଋତୁରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଆନ୍ତୁ। ତଟକା ପନିପରିବା ଗରମାଗରମ ଖାଇବା ଆବଶ୍ୟକ। ହଳଦୀ, ତୁଳସୀ, ଜାଇଫଳ, ଲବଙ୍ଗ ଆଦିର ବ୍ୟବହାର ମଧ୍ୟ ନିୟମିତ କରନ୍ତୁ।
from Odisha Reporter https://ift.tt/2Yr3y17
No comments:
Post a Comment