ନଚ୍‌ବଲିୟେ-୯ରେ ୧୨ଯୋଡି: ଏକ୍ସଙ୍କ ସହ ଦେଖାହେଲେ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 22, 2019

ନଚ୍‌ବଲିୟେ-୯ରେ ୧୨ଯୋଡି: ଏକ୍ସଙ୍କ ସହ ଦେଖାହେଲେ ଅଭିନେତ୍ରୀ

ମୁମ୍ବାଇ: ନଚ୍‌ ବଲିୟେ ସିଜନ୍‌-୯ର ସମସ୍ତ ପ୍ରତିଯୋଗୀଙ୍କ ନାଁ ସାମ୍ନାକୁ ଆସିଛି। ଗତ ଶୁକ୍ରବାର ଦିନ ଏହି ରିଆଲିଟି ଶୋର ଗ୍ରାଣ୍ଡ ଓପନିଂ ଥିଲା। ଏଥର ୧୨ଟି ଯୋଡି ଏହି ନୃତ୍ୟ ପ୍ରତିଯୋଗିତାରେ ସାମିଲ୍‌ ହୋଇଛନ୍ତି।  ସେମାନେ ହେଉଛନ୍ତି ଶ୍ରଦ୍ଧା ଆର୍ଯ୍ୟା ଏବଂ ବୟଫ୍ରେଣ୍ଡ ଆଲମ୍‌ ସିଂ। ମହିଳା ରେସ୍ଲର୍ ବବିତା ଫୋଗତ୍‌ ଏବଂ ତାଙ୍କ ସ୍ୱାମୀ ବିବେକ୍ ସୁହାଗ୍‌। ଟେଲି ଅଭିନେତ୍ରୀ ଅନିତା ହନ୍ସନନ୍ଦାନି ଏବଂ ସ୍ୱାମୀ ରୋହିତ୍‌ ରେଡି, ବିନ୍ଦୁ ଦାରା ସିଂ ଏବଂ ଦିନ ଉମରୋଭା, ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀ, ସାନ୍ତୁନୁ ମାହାଶ୍ୱରୀ ଏବଂ ନିତ୍ୟାମି ସିର୍କେ। ସୌରଭ ରାଜ ଜୌନ୍ ଏବଂ ରିଦ୍ଧିମା ଜୌନ୍‌। କିଥ୍ ସିକ୍ୟୁରିଆ ଏବଂ ରୋଚେଲ୍‌ ରାଓ, ଫୌଜେଲ୍‌ ଖାନ୍‌ ଏବଂ ମୁସ୍‌କାନ୍‌ କାତାରିଆ, ବିସାଲ୍‌ ଆଦିତ୍ୟ ସିଂ ଏବଂ ମାଧୁରିମା ତୁଲି, ଅଲି ଗୋନି ଏବଂ ନତାସା।

ତେବେ ଏଥର ଉର୍ବସି ଢୋଲକିଆ ଏବଂ ତାଙ୍କ ଏକ୍ସ-ବୟଫ୍ରେଣ୍ଡ  ଅନୁଜ୍‌ ସଚ୍‌ଦେଭ ମଧ୍ୟ ଏହି ଶୋରେ ସାମିଲ୍‌ ହୋଇଛନ୍ତି। ତେବେ ଏଥର ପ୍ରତିଯୋଗୀ ମାନେ ତାଙ୍କ ପାର୍ଟନର ମାନଙ୍କ ମଧ୍ୟରୁ ଏକ୍ସ-ବୟଫ୍ରେଣ୍ଡ କିମ୍ବା ବର୍ତ୍ତମାନର ପାର୍ଟନର ସହ ଶୋରେ ସାମିଲ୍ ହେବାକୁ କୁହାଯାଇଥିଲା।

ଏଥର ଶୋର ଜଜ୍ ଭାବେ ଅଭିନେତ୍ରୀ ରବିନା ଟଣ୍ଡନ ଏବଂ କୋରିଓଗ୍ରାଫର ଅହମ୍ମଦ ଖାନ୍‌ ଯୋଗ ଦେଇଛନ୍ତି। ମନିସ୍‌ ପଲ୍‌ ଶୋର ହୋଷ୍ଟ ରହିବେ।



from Odisha Reporter https://ift.tt/2McO0e6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages