ଅନୁଭବଙ୍କ ନାଁରେ ଅଭିଯୋଗ ମାମଲା: ସସ୍ମିତାଙ୍କ ବୟାନ ରେକର୍ଡ, ଆହୁରି ଆଣିଲେ ସଂଘାତିକ୍ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 15, 2019

ଅନୁଭବଙ୍କ ନାଁରେ ଅଭିଯୋଗ ମାମଲା: ସସ୍ମିତାଙ୍କ ବୟାନ ରେକର୍ଡ, ଆହୁରି ଆଣିଲେ ସଂଘାତିକ୍ ଅଭିଯୋଗ

କଟକ(ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମହିଳା ସାମ୍ବାଦିକ ଆଣିଥିବା ଅଭିଯୋଗ ମାମଲାରେ ଆଜି କଟକ JMFC କୋର୍ଟରେ ଅଭିଯୋଗକାରିଣୀ ସସ୍ମିତା ଆଚାର୍ଯ୍ୟଙ୍କ ବୟାନ ରେକର୍ଡ କରାଯାଇଛି। ୧୬୪ ଧାରାରେ କୋର୍ଟଙ୍କ ସମ୍ମୁଖରେ ସସ୍ମିତା ତାଙ୍କର ବୟାନ ରଖିଛନ୍ତି। ଏହି ସମୟରେ ପୁରୀଘାଟ ପୁଲିସ୍‌ ଏବଂ ତଦନ୍ତକାରୀ ଅଧିକାରୀ ଉପସ୍ଥିତ ଥିଲେ।

ଗତ ଦୁଇ ଦିନ ତଳେ ମହିଳା ସାମ୍ବାଦିକ ଜଣକ ପୁରୀଘାଟ ଥାନାରେ ଧାରଣାରେ ବସିଥିଲେ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବା ଏବଂ FIR ଏପଟ ସେପଟ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ। ସାଂସଦ ଅନୁଭବ ମହାନ୍ତିଙ୍କ ଚାପରେ ପୁଲିସ୍‌ ଏପରି କରିଥିବା ସେ ଅଭିଯୋଗ କରିଥିଲେ।

ସୂଚନାଥାଉ କି, ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ କମେଣ୍ଟ ମାରୁଥିବା ନେଇ ସସ୍ମିତା ଗତ ଜୁନ ୧୨ ତାରିଖ ରାତିରେ ଅନୁଭବଙ୍କ ଘରକୁ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଏହି ସମୟରେ ଅନୁଭବ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଛେପ ପକାଇ ଧକ୍କା ମାରିଥିବା ସେ ଅଭିଯୋଗ କରିଥିଲେ। ଏନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସସ୍ମିତା ନ୍ୟାୟ ଦାବି କରି ନବୀନ ନିବାସ ସମ୍ମୁଖ ରାସ୍ତାରେ ଧାରଣାରେ  ବସିଥିଲେ।

ତେବେ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ପୂର୍ବରୁ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଖଣ୍ଡନ କରିସାରିଛନ୍ତି।



from Odisha Reporter https://ift.tt/2XQFrYP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages