ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି ସରକାର ଗଢ଼ିବାକୁ ପ୍ରୟାସ ଆରମ୍ଭ କରିଛି। କିନ୍ତୁ କେନ୍ଦ୍ର ନେତୃତ୍ୱଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା କରିଛି ଦଳ। ଏଥପାଇଁ ମଙ୍ଗଳବାର ମେଣ୍ଟ ସରକାର ଭାଙ୍ଗିଥିଲେ ମଧ୍ୟ ବୁଧବାର ବିଜେପି ସରକାର ଗଢ଼ିବାର ଦାବି ଏଯାଏ କରିନାହିଁ। ତେବେ କର୍ଣ୍ଣାଟକା ବିଜେପିର ପ୍ରମୁଖ ନେତା ଜଗଦୀଶ ସେଟାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଳମ୍ୱିତ ରାତିରେ ଦିଲ୍ଲୀରେ ଆସି ପହଞ୍ଚିଛି ।
ଆଜି ବିଜେପି ରାଷ୍ଚ୍ରୀୟ ସଭାପତି ଅମିତ ଶାହ ତଥା ଗୃହମନ୍ତ୍ରୀ ଏବଂ କାର୍ଯ୍ୟକାରିଣୀ ସଭାପତି ଜେ.ପି ନଡ୍ଡାଙ୍କୁ ଏହି ପ୍ରତିନିଧ ଦଳ ଭେଟିବ। ଏହି ସମୟରେ କର୍ଣ୍ଣାଟକା ବିଜେପି ବିଧାୟକ ଦଳର ନେତା କିଏ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଏହାପରେ ବିଜେପି କର୍ଣ୍ଣାଟକା ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଯାଇ ସରକାର ଗଢ଼ିବା ପାଇଁ ଦାବି କରିବ। ତେବେ ସୂଚନା ଅନୁଯାୟୀ ବିଜେପି ୟେଦ୍ଦୁରପ୍ପାଙ୍କୁ ବିଜେପି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରିବ।
କର୍ଣ୍ଣାଟକାରେ ମେଣ୍ଟ ସରକାରକୁ ଆସ୍ଥା ଭୋଟରେ ୯୯ ଓ ବିଜେପିକୁ ୧୦୫ ବିଧାୟକ ସମର୍ଥନ କରିଥିଲେ। ତେଣୁ ମେଣ୍ଚ ସରକାର ଭାଙ୍ଗିଯାଇଛି। ହେଲେ ଆସ୍ଥା ଭୋଟ ବେଳେ ଅନୁପସ୍ଥିତ ଥିବା ବିଦ୍ରୋହୀ ବିଧାୟକ ସେତେବେଳେ ଗୃହର ସଦସ୍ୟ ରହିଥିଲେ। ଏହି ବିଦ୍ରୋହୀ ବିଧାୟକଙ୍କ ବାବଦରେ ବାଚସ୍ପତି କଣ ନିଷ୍ପତ୍ତି ନେବେ, ତାହା ଏଯାଏ ଜଣାପଡ଼ି ନାହିଁ। ତେଣୁ ବିଜେପି ନୂଆ ସରକାର ଗଢ଼ିବା ଏତେ ସହଜ ନୁହେଁ।
from Odisha Reporter https://ift.tt/2GsQXUd
No comments:
Post a Comment