ଫୋନି କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ହଂକଂ ସରକାରଙ୍କ ୯ ଲକ୍ଷ ଡଲାରର ସହାୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 5, 2019

ଫୋନି କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ହଂକଂ ସରକାରଙ୍କ ୯ ଲକ୍ଷ ଡଲାରର ସହାୟତା

ବେଜିଂ: ବାତ୍ୟା ‘ଫୋନି’ ପ୍ରଭାବିତ ଓଡ଼ିଶାକୁ ହଂକଂ ସରକାର ୯ ଲକ୍ଷ ଡଲାରର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ବାତ୍ୟା ପୀଡ଼ିତଙ୍କୁ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ହଂକଂ ସରକାର ଏହି ଅର୍ଥ ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ୪୫,୧୦୦ ବାତ୍ୟା ପୀଡ଼ିତ ଉପକୃତ ହେବେ ବୋଲି ଶୁକ୍ରବାର ଚୀନ୍‌ର ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।

ହଂକଂ ସରକାର ମୋଟ ୯ ଲକ୍ଷ ୨ ହଜାର ୨୭୮ ଡଲାର ଅର୍ଥ ଦେବାକୁ ଘୋଷଣା କରିଛନ୍ତି। ହଂକଂର ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ। ତିନୋଟି ରିଲିଫ୍‌ ଏଜେନ୍ସୀ ସହାୟତାରେ ଏହି ଅର୍ଥ ଓଡ଼ିଶାର ‘ଫୋନି’ କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିବ ବୋଲି ହଂକଂ ସ୍ପେଶାଲ୍ ଆଡ୍‌ମିନିଷ୍ଟ୍ରେଟିଭ୍‌ ରିଜିଅନ୍ (ଏଚ୍‌କେଏସ୍‌ଏଆର୍‌)ର ଜଣେ ମୁଖପାତ୍ର କହିଥିଲେ।

ଏହି ଅର୍ଥରେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ହାଇଜିନ୍ କିଟ୍‌ସ, ରୋଷେଇ ସାମଗ୍ରୀ, ଅନ୍ୟାନ୍ୟ ଘରକରଣା ସାମଗ୍ରୀ, ଘର ମରାମତି ସାମଗ୍ରୀ ଓ ଜଳ ଆଦି ଯୋଗାଇ ଦିଆଯିବ। ତା’ସହିତ ଶିକ୍ଷା ପାଇଁ ଏହି ଅର୍ଥ ବ୍ୟୟ କରାଯିବ ବୋଲି କୁହାଯାଇଛି।

ଏଚ୍‌କେଏସ୍‌ଏଆର୍‌ର ମୁଖପାତ୍ର କହିଛନ୍ତି,“ଏ ଅର୍ଥ ଯେପରି ସଠିକ୍ ଲୋକଙ୍କ ପାଇଁ ବ୍ୟୟ ହେବ ସେନେଇ ମଧ୍ୟ ଧ୍ୟାନ ଦିଆଯିବ। ରିଲିଫ୍‌ ଏଜେନ୍ସୀଗୁଡ଼ିକ ଏ ନେଇ ରିପୋର୍ଟ ଦାଖଲ କରିବେ। ଉପଯୋଗ ହେବାକୁ ଥିବା ପାଣ୍ଠିର ଅଡିଟ୍ ମଧ୍ୟ ହେବ।”

ସୂଚନାଯୋଗ୍ୟ, ଫୋନିରେ ପୁରୀ ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ସେହିପରି ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ଅନେକ ସ୍ଥାନ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି।



from Odisha Reporter https://ift.tt/2FU9xoc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages