ବିଶ୍ରାମଗାର କାନ୍ଥରେ ନକ୍ସଲ ପୋଷ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 23, 2019

ବିଶ୍ରାମଗାର କାନ୍ଥରେ ନକ୍ସଲ ପୋଷ୍ଟର

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣାସ୍ଥିତ ଏକ ବିଶ୍ରାମଗାର କାନ୍ଥରେ ଆଜି ସକାଳେ ଏକ ନକ୍ସଲ ପୋଷ୍ଟର ଲାଗିଛି। ଉକ୍ତ ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ରହୁଥିବା ଆଦିବାସୀ ଓ ହରିଜନମାନଙ୍କୁ ନକ୍ସଲ ନାମରେ ଗିରଫ କରିବା ବନ୍ଦ କରାଯାଉ ବୋଲି କୁହାଯାଇଛି।

ଏହାସହ ପୁଲିସ ଇନ୍‌ଫର୍ମର ଓ କଣ୍ଟ୍ରାକ୍ଟରମାନେ ପୁଲିସ ଦଲାଲ କାମ କରିବା ବନ୍ଦ କରନ୍ତୁ ବୋଲି ପୋଷ୍ଟରରେ କୁହାଯାଇଛି। ସିକୁନ ସିକକାଙ୍କୁ ତୁରନ୍ତ ଜେଲରୁ ମୁକ୍ତି କରାଯାଉ ଓ ନିୟମଗିରି ଭିଟାମାଟିକୁ ବଞ୍ଚାଓ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ସିପିଆଇ ନକ୍ସଲ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ନ ଥିବା ଜଣାଯାଇଛି।



from Odisha Reporter https://ift.tt/2Mxx833

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages