ସମୁଦ୍ର କୂଳରେ ବୁଲୁ ବୁଲୁ ଜଣେ ଲୋକ ଗୋଟିଏ ପୁରୁଣା ଦୀପଟିଏ ଦେଖିଲେ। ସେଇଟାକୁ ଉଠାଇବା କ୍ଷଣି ତାଙ୍କର ଆଲ୍ଲାଉଦ୍ଦିନ କଥା ମନେ ପଡ଼ିଗଲା। କୌତୁହଳରେ ସେ ଦୀପଟିକୁ ହାତରେ ଘଷିବା ମାତ୍ରେ ଜଣେ ବିରାଟକାୟ ପୁରୁଷ ସାମ୍ନାରେ ତାଙ୍କ ସାମ୍ନାରେ ଉଭା ହୋଇ କହିଲେ- ପୁତ୍ର, କ’ଣ ମାଗୁଛୁ ମାଗ।
ଲୋକ ଜଣଙ୍କ ଥମଥମ କଣ୍ଠରେ କହିଲେ- ଯାହା ମାଗିବି ଦେବ?
ସେହି ବିଶାଳକାୟ ବ୍ୟକ୍ତି ଜଣଙ୍କ ହସି ହସି କହିଲେ- ଥରେ ମାଗିକି ତ ଦେଖ। କିନ୍ତୁ ଗୋଟିଏ ସର୍ତ୍ତ। ତୁ ଯାହା ମାଗିବୁ, ତୋର ସେହି ପୁରୁଣା ଶତ୍ରୁ ତା’ର ଦୁଇ ଗୁଣା ପାଇବ। ପ୍ରଥମେ ତୁ ମୋତେ ସନ୍ଦେହ କଲୁ। ତେଣୁ ତୋର ଦୁଇଟି ବର ନାକଚ ହୋଇଗଲା। କେବଳ ଗୋଟିଏ ବରର ଫଳ ପାଇବୁ।
ତାଙ୍କ ପୁରୁଣା ଶତ୍ରୁ ଡବଲ୍ ପାଇବା କଥା ଶୁଣି ଲୋକ ଜଣଙ୍କ ଚିନ୍ତାରେ ପଡ଼ିଗଲେ ଓ ତାଙ୍କ ମୁହଁ ଆମ୍ବିଳା ହୋଇଗଲା। ତା’ପରେ ସେ ଯୋଡ଼ ହସ୍ତରେ କହିଲେ- ବହୁତ ଦିନ ତଳେ ମୋର ଗୋଟିଏ ଆଖି ଦାନ କରିବି ବୋଲି ମନସ୍ଥ କରିଥିଲି। ବର୍ତ୍ତମାନ ତାହା ପୂରଣ କରି ଦିଅନ୍ତୁ।
ନିମିଷକ ମଧ୍ୟରେ ସେ କଣା ହୋଇଗଲେ। ଅର୍ଥାତ୍ ତାଙ୍କର ଗୋଟିଏ ଆଖି ଚାଲିଗଲା। ତେବେ ସେ ଆନନ୍ଦରେ ନାଚି ନାଚି ତାଙ୍କ ଶତ୍ରୁଙ୍କ ଉଦ୍ଦେଶ୍ୟରେ କହିଲେ- ଏବେ ପାନେ ଦେଇଛି।
from Odisha Reporter https://ift.tt/30xKFLh
No comments:
Post a Comment