ନୀଳଗିରି (ବିଶ୍ୱମ୍ବର ଦାସ ): ବନ ବିଭାଗ କବଳରୁ ରକ୍ଷା ପାଇବାକୁ ଚୋରା କାଠ ବୋଝେଇ ଏକ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ବାଇକ୍କୁ ଧକ୍କା ଦେଇଛି। ଏଥିସହ ଗାଡ଼ି ଧକ୍କାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୪ ଜଣ। ଏଥିରେ ଉତ୍ତ୍ୟକ୍ତ ଲୋକେ ଗାଡ଼ିର ପିଛା କରି ଧରିଥିବା ବେଳେ ଫେରିଯିବାକୁ ସକ୍ଷମ ହୋଇଛି ଡ୍ରାଇଭର। ଏପରି ଘଟଣା ଗତ ରାତିରେ ବାଲେଶ୍ୱର ଜିଲା ନୀଳଗିରିରେ ଘଟିଯାଇଛି।
ନୀଳଗିରି ବନାଞ୍ଚଳରେ କାଠମାଫିଆଙ୍କ ଉତ୍ପାତ ଦିନକୁ ଦିନ ବଢି ଚାଲିଛି । ଗତ ରାତି ପ୍ରାୟ ୧୧ଟା ପରେ ଏକ ପିକଅପ୍ ନୀଳଗିରିରୁ ବେଆଇନ ଭାବେ କାଠ ବୋଝେଇ କରି ବାହାରିଥିଲା। ଏହି ସମୟରେ ବନ ବିଭାଗ ଗାଡ଼ି ମଧ୍ୟ ଏହି ପିକ୍ଅପ୍ର ପିଛା କରିଥିଲା। ଏହା ଦେଖି ପିକଅପ୍ ଡ୍ରାଇଭର ନୀଳଗିରିରୁ ବାଉଁଶବଣିଆ ପଟ ଦେଇ ଜୟପୁର ରାସ୍ତାରେ ଗାଡ଼ିକୁ ଦ୍ରୁତଗତିରେ ନେଇ ପଳାଇଲେ। ବନ ବିଭାଗ ଗାଡ଼ିଟି ବାଉଁଶବଣିଆ ପର୍ଯ୍ୟନ୍ତ ଏହାର ପିଛା କରିଥିଲେ ମଧ୍ୟ ପରେ ଆଉ ପତ୍ତା ପାଇପାରି ନ ଥିଲା।
ପିକ୍ଅପ୍ଟି ଦ୍ରୁତ ଗତିରେ ଗାଁ ରାସ୍ତାରେ ଯାଉଥିବା ବେଳେ ପ୍ରଥମେ ୪ ଜଣ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ। ପରେ ଗାଡ଼ିଟି ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲେ। ବାଇକ୍ ଆରୋହୀଜଣକ ଆହତ ହୋଇଥିବା ଜଣାଯାଇଛି।
ଏହା ଦେଖି ଉତ୍ତ୍ୟକ୍ତ ଗାଁ ପରେ ଲୋକେ ରାତିରେ ଗାଡ଼ିଟିର ପିଛା କରିଥିଲେ। ସେମାନେ ଅଳସୁଆଁ ଗ୍ରାମ ନିକଟସ୍ଥ ବରପୋଖରୀଠାରେ ଗାଡିକୁ ଅଟକାଇଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହେବାରେ ସକ୍ଷମ ହୋଇଥିଲା।
ଖବର ପାଇ ନୀଳଗିରି ବନବିଭାଗ ଓ ଖନ୍ତାପଡା ପୋଲିସ ପହଞ୍ଚିଥିଲେ। ଆହତ ବାଇକ୍ ଆରୋହୀଙ୍କୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଏହାପରେ ପୁଲିସ କାଠ ବୋଝେଇ ପିକଅପ୍କୁ ଜବତ କରିଛି।
from Odisha Reporter https://ift.tt/2KOdfBx
No comments:
Post a Comment